କୋଭିଡ୍‌ କଟକଣା ମଧ୍ୟରେ ମା’ ନିଆଲିମଲିଙ୍କ ଯାତ୍ରା ସଂପନ୍ନ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ଅନ୍ୟ ଏକ ପ୍ରଖର ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ୱାର୍ଡ ନଂ.୧୪ ଇଲେକ୍ଟ୍ରି ଗ୍ରୀଡ୍‌ ନିକଟରେ ଥିବା ସର୍ବପୁରାତନ ଦେବୀ ପୀଠ ମା’ ନିଆଲିମଲିଙ୍କ ଯାତ୍ରା ଚଳିତ ବର୍ଷ ପୂର୍ବ ବର୍ଷ ଭଳି ଧୁମଧାମରେ ପାଳିତ ନ ହେଲେ ମଧ୍ୟ ପରମ୍ପରା ମୁତାବକ ମଂଦିରର ପୂଜକ ଭୀମ ବଛା ପୂଜା କରିଛନ୍ତି । ଚଳିତ ବର୍ଷ ସରକାରଙ୍କ କୋଭିଡ ନିୟମ ମୁତାବକ କୌଣସି ବୁଦା ବଳି ମଧ୍ୟ ଦିଆ ଯାଇନାହିଁ । ମଂଦିରକୁ ଆସିଥିବା ଭକ୍ତମାନେ ସାମାଜିକ ଦୂରତା ବଜାୟ ରଖି ଦେବୀ ପୀଠରେ ପୂଜା ଅର୍ଚ୍ଚନା କରିଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନର କଡା ନିର୍ଦ୍ଦେଶ ମଧ୍ୟ ପାଳନ କରାଯାଇଛି । ଏହି ପୂଜା ଅର୍ଚ୍ଚନାରେ ଧୁବଲେ ବଛା, ବିଶୁ ଛତ୍ରିଆ, ଅଶୋକ ଛତ୍ରିଆ ଏବଂ ଅନ୍ୟମାନେ ସହଯୋଗ କରିଛନ୍ତି । ସହରରେ ନବ ଦୁର୍ଗା ବ୍ୟତୀତ ଆଜି ସ୍ଥାନୀୟ ୱେସକୋ, ଫରେଷ୍ଟ କର୍ପୋରେସନରେ ମଧ୍ୟ ମା’ ଦୁର୍ଗାଙ୍କ ମେଢ ବସିଛି । କରୋନା କଟକଣା ସାଙ୍ଗକୁ ପୋଲିସ କଡା ପହରା ଯୋଗୁଁ ଶାରଦୀୟ ଦୁର୍ଗା ପୂଜା ଏବଂ ଭାଇଜିଉଁତିଆ ଫିକା ପଡିଛି ।

Leave A Reply

Your email address will not be published.