ବେପରୁଆ ଗାଡି ଚାଲଣର କୁପରିଣତି : ଅଳ୍ପକେ ବର୍ତିଲା ଝିଅର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା କାରଣରୁ ସହର ମଧ୍ୟରେ ଅତ୍ୟଧିକ ଜନଗହଳି ଦେଖିବାକୁ ମିଳିଛି । ଜନଗହଳି ପୂର୍ଣ୍ଣ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏକ ଘରୋଇ ବଡ଼ପଣ୍ଡା ବସର ଜନଗହଳି ପୂର୍ଣ୍ଣ ଜାଗାରେ ବେପରୁଆ ଭାବରେ ଗାଡି ଚାଲଣା ଯୋଗୁଁ ଦୁର୍ଘଟଣା ଘଟିଛି । ଗୋଟିଏ ଝିଅ ପଦ୍ମପୁର ସହରର ନେହେରୁଗଳି ଛକ ଓ ନବଦୁର୍ଗା ମନ୍ଦିର ମଧ୍ୟରେ ନିଜ ସାଇକେଲରେ ଯାଉଥିବା ସମୟରେ ବଡ଼ପଣ୍ଡା ବସ୍‌ ଧକ୍କା ଦେଇଥିଲା । ଝିଅର ଜୀବନ ଅଳ୍ପକେ ବର୍ତିଯାଇଛି । ହେଲେ ତାର ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଝିଅଟି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି ।

Leave A Reply

Your email address will not be published.