ବୁଡାମାଲରେ ପୋଲିସ ଫାଣ୍ତି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ଏକ ପୋଲିସ ଫାଣ୍ତିର ଆବଶ୍ୟକତା ରହିଛି । ବର୍ତ୍ତମାନ ବୁଡେନ ଥାନାରେ ଅନ୍ତର୍ଭୁକ୍ତ ବୁଡାମାଲ ଗ୍ରାମ । ବୁଡାମାଲ ଗ୍ରାମରୁ ପ୍ରାୟ ବୁଡେନ ଥାନାଟି ବାଇସ ରୁ ପଚିଶ କିଲୋମିଟର ଦୂରରେ ଥିବାରୁ ଲୋକଙ୍କ ଅସୁବିଧା ହେଉଅଛି ଏବଂ କୌଣସି ଘଟଣା ଘଟିଲେ ପୋଲିସକୁ ପହଞ୍ଚିବାକୁ ବିଳମ୍ବ ହେଉଛି । ଏହା ବହୁତ ଦୂର ପଡୁଥିବାରୁ ଏ ଅଞ୍ଚଳରେ ନିଶ କାରବାର, ଚୋରି, ବାଟରେ ଲୁଟପାଟ, ମାଡପିଟ ମଧ୍ୟ ବଢ଼ିଚାଲିଛି। ଏ ସବୁକୁ ପୋଲିସ ବିଭାଗ ଓ ଓଡିଶା ସରକାର ଗୁରୁତ୍ୱ ଦୃଷ୍ଟି ଦେଇ ଲୋକଙ୍କ ସୁବିଧା ପାଇଁ ବୁଡାମାଲରେ ଏକ ପୋଲିସ ଫାଣ୍ତି ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଏଠାରେ ଫାଣ୍ତି ହେଲେ ଚୋରି, ଡକାୟତି, ମାଡପିଟ, ଗୁଣ୍ତାଗର୍ଦି ବହୁ ମାତ୍ରାରେ କମିଯିବ । ଏ ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଏହା ହିିଁ ଉଚିତ ପଦକ୍ଷେପ ହେବ । ତେବେ ବୁଡାମାଲ ଗ୍ରାମରେ ଏକ ଫାଣ୍ତି କରିବାକୁ ସମାଜସେବୀ ଯୁଧିଷ୍ଠିର ବାରିକ ପ୍ରେସ ଇ‌ସ୍ତାହାର ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.