jayashree

ଭୁତିଆରବାହାଲରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ବଡ଼ପଡା ଉତ୍କଳମଣି ଯୁବକ ସଂଘ ପରିସରରେ ୩୩ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ରବିବାର ସନ୍ଧ୍ୟା ୭ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜା ପରିଚାଳନା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ଆଶୀର୍ବାଦ ସାହୁ ଉପସଭାପତି ଭାବେ ମିଟୁ ନାଏକ, ସମ୍ପାଦକ ବାଞ୍ଛାନିଧି ପୁଟେଲ, ସହ ସମ୍ପାଦକ କୈଳାସ ଚନ୍ଦ୍ର ଭୋଇଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟିରେ ହରିଶଙ୍କର ପୋଡ଼, ଭବାନୀଶଙ୍କର ଭୋଇ, ହର ଭାଟି, ସଦାନନ୍ଦ ଭୋଇ, ପଞ୍ଚାନନ ଭୋଇ, ସୁଜ୍ଞାନ ସେଠ, ଉମେଶ ଭୋଇ, ପୁରୁଷୋତ୍ତମ ବାଗ, ହେମନ୍ତ ନାଏକ ପ୍ରମୁଖ ରହିଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.