om academy

ପ୍ରହସନ ପାଲଟିଛି ୨୦୧୯ ଖରିଫ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ : କେବଳ ଋଣୀ ଚାଷୀଙ୍କୁ କ୍ଷତିପୂରଣ, ପ୍ରିମିୟମ ବୁଝାଇଥିବା ଅଣଋଣୀ ଚାଷୀ ବୀମା ସହାୟତାରୁ ବଞ୍ଚିତ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ରେ ଖରିଫ ଋତୁର କୃଷିବୀମା ସହାୟତା ରାଶି ଦେଓଗାଁ ବ୍ଲକ୍‌ର ୨୬ଟି ପଞ୍ଚାୟତରୁ ୨ଟି ପଞ୍ଚାୟତ କୁତୁର୍ଲା ଓ ହାତୀସରାର ଋଣୀଚାଷୀମାନେ ପାଇଛନ୍ତି । ଅନ୍ୟପକ୍ଷରେ ଅଣଋଣୀ ଚାଷୀମାନେ ବୀମା କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ରହିଛନ୍ତି । ଅଭିଯୋଗ ଅନୁସାରେ, କୁତୁର୍ଲା ଓ ହାତୀସରା ପଞ୍ଚାୟତର ୩୪୦ ଜଣ ଚାଷୀ କୁତୁର୍ଲା ପେକ୍ସରୁ ଧାନ ଚାଷ ପାଇଁ ଋଣ ନେଇଥିଲେ । ଉକ୍ତ ଦୁଇ ପଞ୍ଚାୟତର ଅବଶିଷ୍ଟ ଏକ ହଜାରରୁ ଅଧିକ ଚାଷୀ ନିଜ ଟଙ୍କାରେ ଚାଷ କରିଥିଲେ ମଧ୍ୟ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ବୀମା ପ୍ରିମିୟମ ଟଙ୍କା ଜମା କରିଥିଲେ । ଏବେ ଉକ୍ତ ଦୁଇ ପଞ୍ଚାୟତର କେବଳ ଋଣୀ ଚାଷୀଙ୍କ ବୀମା ସହାୟତା ଟଙ୍କା ଆସିଛି । କିନ୍ତୁ ଅଣଋଣୀ ଚାଷୀମାନେ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ସେହିପରି ଅନ୍ୟ ଜାତୀୟକରଣ ବ୍ୟାଙ୍କରେ ଖାତା ଥିବା ଚାଷୀମାନେ ଆଂଶିକ ସହାୟତା ପାଇଥିବା ଜଣାପଡ଼ିଛି । ତେଣୁ ତୁରନ୍ତ ଏହି ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବୀ ହେଉଛି । ଦେଓଗାଁ ବ୍ଲକରେ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ରାଜନେତାମାନେ କେବଳ ଦଳୀୟ ସଂଗଠନ କରୁଥିବା ଦେଖିବାକୁ ମିଳୁଛି । କେଉଁ ନେତା ପଛରେ କେତେ ଚାଷୀ ତାହା ଦେଖାଇବାକୁ ଏଭଳି ପ୍ରତିଯୋଗିତା କରୁଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.