Daily Archives

ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ଟିଟିଲାଗଡ ବ୍ଲକ ଗସ୍ତ : ଉନ୍ନୟନମୂଳକ କାର୍ଯ୍ୟର କଲେ ତଦାରଖ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ଦିନ ଅପରାହ୍ନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଳା ମାଝୀ ଟିଟିଲାଗଡ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ ବ୍ଲକ ଉନ୍ନୟନ ଅଧିକାରୀ ନବୀନ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହରେ ମହାମହିମ ରାଜ୍ୟପାଳଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଉକ୍ତ ସମାରୋହରେ ଯୋଗ ଦେଇଥିଲେ । ପ୍ରଥମେ ସେ ଶ୍ରୀ ଶ୍ରୀ…
Read More...

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ଠିକା ଶ୍ରମିକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ କନ୍ତଯୋଡି ସାହିର ରାଧାମୋହନ ମନ୍ଦିର ନିକଟରେ ଥିବା ଏକ ୧୧ କେଭି ଖୁଣ୍ଟ ଉପରେ ଚଢି ଜଣେ ଠିକା ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୧ଟାରେ ୧୧ କେଭି…
Read More...

ଗଞ୍ଜେଇ ଭର୍ତ୍ତି ଟ୍ରକ୍ ସହ କାର୍ ଜବତ : ୩ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୧୭୫ କେଜି ୬୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ଟ୍ରକ୍ ଓ ଗୋଟିଏ କାର୍‌କୁ ଜବତ କରିଛି…
Read More...

ପୋଷଣ ପକ୍ଷ ଉଦ୍‌ଯାପନୀ ସମାରୋହ

ଶ୍ରୀଅନ୍ନ 'ମାଣ୍ଡିଆ'କୁ ନବାନ୍ନ ଭକ୍ଷଣରେ ସ୍ଥାନିତ କରିବାକୁ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମାର୍ଚ୍ଚ ୨୦ ଠାରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । ଏହି…
Read More...

ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସ୍ ଲାଇନର ଧର୍ମପରାୟଣ ବ୍ୟକ୍ତି ଭଗବାନ ବିଶ୍ୱାଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତ କିଛି ବର୍ଷ ହେଲା ସେ ହୃଦରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ସକାଳୁ ନିତ୍ୟକର୍ମ ଶେଷ ପରେ ଶରୀରରେ ଅସୁସ୍ଥତା ଅନୁଭବ କରିଥିଲେ ।…
Read More...

ବେଲପଡ଼ା ପୋଲିସକୁ ବଡ ସଫଳତା : ଏକ ବଡ ଧରଣର ବାଇକ୍ ଚୋରି ରାକେଟର ପର୍ଦାଫାସ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ…

ବେଲପଡା, (ଭୋଜରାଜ ଦଣ୍ଡସେନା) : ବେଲପଡା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ବାଇକ ଚୋରି ରାକେଟର ପର୍ଦାଫାସ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ଦିନ ମୋହନ ପୁଞ୍ଜି ତାଙ୍କ ହିରୋ ହୋଣ୍ଡା ସ୍ପାଲଣ୍ଡର ଗାଡ଼ି…
Read More...

ତେଲେଙ୍ଗାନାରୁ ୬ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ଟ୍ଵିଟର ଗାର୍ଲ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଦାଦନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେବା ସହ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିନ୍ତୁ ବାହାର ରାଜ୍ୟରେ ଫସି ନିର୍ଯାତନାର ଶିକାର ହେଉଥିବା ଶ୍ରମିକଙ୍କ ପାଇଁ ଦେବଦୂତ…
Read More...

ପୌଷ୍ୟ ସନ୍ତାନ ଗ୍ରହଣ ନିୟମାବଳୀ ବିଷୟରେ ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ବଲାଙ୍ଗିରର ସଭାଗୃହଠାରେ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ସମସ୍ତ କର୍ମଚାରୀ ତଥା କମିଟିର ସଭ୍ୟମାନଙ୍କର ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଶାନ୍ତିପଡାରେ ବିଳମ୍ବିତ ରାତ୍ରିରେ ସର୍ଟସର୍କିଟ୍‌ରେ ଜଳିଗଲା ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାଠାରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଗଛରେ ବିଦ୍ୟୁତ ତାର ଲାଗିଥିବା ବେଳେ ସର୍ଟସର୍କିଟ୍‌ ହୋଇ ତାର ଛିଣ୍ଡି ପଡିଥିବା ଦେଖିବାକୁ ମିଳିଥିଲା । ଶାନ୍ତିପଡା ମହାଦେବ ମନ୍ଦିର ନିକଟରେ ଏହି ଘଟଣା ଘଟିଛି । କିଛି ସମୟ ପାଇଁ…
Read More...