Yearly Archives

2022

ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହେଲା କୋଇଲା ବୋଝେଇ ଡମ୍ଫର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଲମ୍ୱିତ ରାତିରେ ବଲାଙ୍ଗିର ସହର ଭିତରେ ଏକ ଡମ୍ଫର ଭାରସାମ୍ୟ ହରାଇ ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ବୋଲି ଖବର ମିଳିଛି । ଡମ୍ଫର ଡ୍ରାଇଭର ନାମ ଏମ୍‌ଡି ସେନା, ବିହାର ବୋଲି…
Read More...

ମନହିରା ଗ୍ରାମରେ ବାଇକ ଦୁର୍ଘଟଣା : ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ସମୟରେ ମନହିରା ଗ୍ରାମରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ମନହିରାର ସଂଜିବ ତ୍ରିପାଠୀ । ସୂଚନା ଅନୁସାରେ ସଂଜିବ କୌଣସି ଏକ କମାରେ…
Read More...

ବଲାଙ୍ଗିର ଆୟୁର୍ବେଦିକ କଲେଜ ଠାରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆୟୁର୍ବେଦିକ କଲେଜ ଠାରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ କହିଥିବା ବେଳେ…
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଡକ୍ଟରର୍ସ ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସଭା ଗୃହ ଠାରେ ଡକ୍ଟରର୍ସ ଡେ ପାଳିତ ହୋଇଯାଇଛି । ଏଥିରେ ଡାକ୍ତର ମାନସୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ମହେନ୍ଦ୍ର କୁମାର ନାଏକ ଏବଂ ସୁକାନ୍ତ ପଣ୍ଡା ଯୋଗ…
Read More...

ରୁଗୁଡିପାଲି ଛକ ନିକଟରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରୁଗୁଡିପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ବଲାଙ୍ଗିର ଭୀମ ମୋଇ ମେଡିକାଲ କେଲଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ମନୋଜ ଛତ୍ରିଆ ବୋଲି ଜଣାପଡିଛି । ସୂଚନା…
Read More...

ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ ଟା ସମୟରେ ବିଛୁପାଲି ଗ୍ରାମର ରୁଦ୍ରମଣି ମାଝୀ ଓ ଜଳନ୍ଧର…
Read More...

ଗୁଡେଶିରାରେ ଶ୍ରୀ ଗୁଣ୍ଡିଚାଯାତ୍ରା ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ନଖୁଆ ବାବାମଠଠାରେ ଭବ୍ୟ ଶୋଭାଯାତ୍ରା ସହ ପାଳନ ହେଲା ଶ୍ରୀ ଗୁଣ୍ଡିଚାଯାତ୍ରା । ଏହି ଶ୍ରୀ ଗୁଣ୍ଡିଚାଯାତ୍ରାରେ କୀର୍ତ୍ତନ ପାର୍ଟି, ଦୁଇଟି ଘଣ୍ଟ ପାର୍ଟି, କସ୍ତାଲ ପାର୍ଟି, ବେଣ୍ଡ ପାର୍ଟି ଇତ୍ୟାଦିମାନଙ୍କ ଦ୍ଵାରା ବିରାଟ…
Read More...

ବାହାର ରାଜ୍ୟରେ ଚମକିଲେ ବଲାଙ୍ଗିରର ଛାତ୍ର : ଏମ୍‌ଫିଲ୍‌ରେ ପାଇଲେ ଗୋଲ୍ଡ ମେଡାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ମେଧାବୀ ଛାତ୍ର ବାହାର ରାଜ୍ୟରେ ହାସିଲ କରିଛନ୍ତି ଗୋଲ୍ଡ ମେଡାଲ ଏବଂ ରାଜ୍ୟ ତଥା ବଲାଙ୍ଗିର ପାଇଁ ଆଣି ଦେଇଛନ୍ତି ଗର୍ବ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଛାତ୍ର ମହମ୍ମଦ ଆଲିରାଜା ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ସେ ୨୦୧୯-୨୦ ବର୍ଷ ପାଇଁ…
Read More...

ସିନାପାଲିରେ ରଥଯାତ୍ରା ପାଇଁ ଚଳଚଞ୍ଚଳ

ସିନାପାଲି, (ନିରାକାର ମେହେର) : କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସିନାପାଲିରେ ରଥଟଣା ହୋଇ ପାରିନଥିବା ବେଳେ ଏବର୍ଷ ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ଭୋରରୁ ରୀତିନୀତି ଅନୁଯାୟୀ ସ୍ଥାନୀୟ…
Read More...

ପଣ୍ଡିତ ଆନନ୍ଦ ପାଢ଼ୀଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଣ୍ଡିତ ଆନନ୍ଦ ପାଢ଼ୀଙ୍କର ସପ୍ତମ ଶ୍ରଦ୍ଧାଞ୍ଜଳି ତିଥି ଛିନ୍ଦେଇକେଲା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଛି । ଏକ ନିରାଡ଼ମ୍ବର ପରିବେଶରେ ଯଜମାନ ତଥା ଭକ୍ତଙ୍କ ଉପସ୍ଥିତିରେ ସ୍ୱର୍ଗତ ଶ୍ରୀ ପାଢ଼ୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ତାଙ୍କର…
Read More...