pakka

ସିନାପାଲିରେ ରଥଯାତ୍ରା ପାଇଁ ଚଳଚଞ୍ଚଳ

bbehera

ସିନାପାଲି, (ନିରାକାର ମେହେର) : କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସିନାପାଲିରେ ରଥଟଣା ହୋଇ ପାରିନଥିବା ବେଳେ ଏବର୍ଷ ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ଭୋରରୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିଲା । ଅପରାହ୍ନରେ ଶ୍ରୀଜିଉଙ୍କ ପହଣ୍ତି ବିଜେ କରାଯିବା ପରେ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଆରମ୍ଭ ହୋଇଥିଲା । ମନ୍ଦିର କମିଟି ତରଫରୁ ବିଭିନ୍ନ ସେବା ପାଇଁ ପ୍ରତ୍ୟେକ ରଥରେ ସ୍ୱତନ୍ତ୍ର ସେବାୟତ ନିୟୋଜନ କରାଯାଇଥିଲା । ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ ଢୋଳ, ନିଶାନ ଓ ଘଣ୍ଟ ବାଦ୍ୟରେ ସମଗ୍ର ପରିବେଶ ଦୁଳୁକି ଯାଉଥିଲା । ତେବେ ଏଠାକାର ପରମ୍ପରା ଅନୁସାରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଟାଣି ନେଇ ମାଉସୀ ମନ୍ଦିରରେ ପହଂଚାଇ ଥିଲେ । ସୂଚନାଯୋଗ୍ୟ ଯେ, ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇ ଆସୁଛି । ଆଜି ଧୁମଧାମରେ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

twelve + nine =

error: Content is protected !!