pakka

ପଣ୍ଡିତ ଆନନ୍ଦ ପାଢ଼ୀଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଣ୍ଡିତ ଆନନ୍ଦ ପାଢ଼ୀଙ୍କର ସପ୍ତମ ଶ୍ରଦ୍ଧାଞ୍ଜଳି ତିଥି ଛିନ୍ଦେଇକେଲା ଗ୍ରାମଠାରେ ଅନୁଷ୍ଠିତ ହୋଇ ଯାଇଛି । ଏକ ନିରାଡ଼ମ୍ବର ପରିବେଶରେ ଯଜମାନ ତଥା ଭକ୍ତଙ୍କ ଉପସ୍ଥିତିରେ ସ୍ୱର୍ଗତ ଶ୍ରୀ ପାଢ଼ୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପୂର୍ବକ ତାଙ୍କର ସ୍ମୃତି ଚାରଣ କରିଥିଲେ ବଡପୁଅ ପଣ୍ଡିତ ସନ୍ତୋଷ ପାଢ଼ୀ । ସେ ଜଣେ ବିଶେଷ ଜ୍ୟୋତିଷ ଓ କର୍ମ କାଣ୍ଡ ବିଶାରଦ ପଣ୍ଡିତ ଥିଲେ । ତାଙ୍କର ମିଷ୍ଟ ଭାଷା ଓ ହସ ହସ ମୁଖ ପାଇଁ ବେଶ ଲୋକପ୍ରିୟ ଥିଲେ । ପଣ୍ଡିତ ପାଢ଼ୀ ଥିଲେ ଜଣେ ଅସାଧାରଣ ପ୍ରତିଭା ଧାରୀ । ନିର୍ଭୁଲ ଜ୍ୟୋତିଷ, ପୁରାଣ ଗାୟକ, କର୍ମକାଣ୍ଡ ବିଶାରଦଏବଂ ମେଳାପୀ, ଶାନ୍ତ ତଥା ମନ୍ଦିର ପୂଜକ ଥିଲେ । ତାଙ୍କର ବିୟୋଗ ଗତ ୧୮/ ୭/ ୨୦୧୫ ରଥଯାତ୍ରା ଦିନ ମହାପ୍ରୟାଣ ଘଟିଥିଲା । ଏହି ଶ୍ରଦ୍ଧାଞଳି ସଭାରେ ସାନପୁଅ ପଣ୍ଡିତ ସୁବାଷ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପାଢ଼ୀ ପରିବାର ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.

2 + 18 =