Browsing Tag

loisingha news

ଛେଲବାହାଲ ବାଲିଘାଟର ଲିଜ ରଦ୍ଦ କରିବାକୁ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନିରନ୍ତର ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁଁ ଲୋଇସିଂହା ତହସିଲ ଅନ୍ତର୍ଗତ ଛେଲବାହାଲ ବାଲିଘାଟର ଲିଜ ରଦ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏଥିପାଇଁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ
Read More...

ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ୱନ୍ଧୀୟ କ୍ଷେତ୍ର ଦିବସ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ କ୍ଷେତ୍ର ଦିବସ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା (ରାଜ୍ୟ ଯୋଜନା) ଏକ କାର୍ଯ୍ୟକ୍ରମ
Read More...

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁର ଜିଲ୍ଲାକୁ ଶୈକ୍ଷିକ ପରିଭ୍ରମଣରେ ଯାଇ ଫେରିଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଧାନଙ୍କ ତତ୍ତ୍ଵାବଧାନରେ
Read More...

ବୁଢ଼ୀପଦରରେ ନୂତନ ପେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢୀପଦର ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ନୂତନ
Read More...

ବିଜେପିର ମୂଲ୍ୟବୋଧ ଓ ସିଦ୍ଧାନ୍ତ ହିଁ ଏହାର ସ୍ଵତନ୍ତ୍ର ବୈଶିଷ୍ଟ : ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତୀୟ ଜନତା ପାର୍ଟିର ମୂଲ୍ୟବୋଧ ଓ ସିଦ୍ଧାନ୍ତ ହିଁ ଏହାକୁ ଅନ୍ୟ ଦଳ ଠାରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମତବ୍ୟକ୍ତ କରିଛନ୍ତି । ଲୋଇସିଂହା ଥାନା
Read More...

ଲୋଇସିଂହା କୋର୍ଟରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଉଦଘାଟିତ

ଲୋଇସିଂହା, (ବିମଳେନ୍ଦୁୁ ସାହୁ) : ଲୋଇସିଂହା କୋର୍ଟ ପରିସରରେ ନିର୍ମିତ ହେବାକୁ ଥିବା ବାର୍ ହଲ, ବିଶ୍ରମାଗାର ଏବଂ କୋର୍ଟ କର୍ମଚାରୀଙ୍କ ପାଇଁ ସରକାରୀ ବାସଭବନର ଭିତ୍ତି ପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ହରିଶ
Read More...

ସରିଲାଣି ଲିଜ୍ ଅବଧି, ବିନା ଅନୁମତିରେ ଚାଲିଛି ବାଲିଘାଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଓ ଆଗଲପୁର ବ୍ଲକରେ ଅବାଧରେ ବାଲି ଚୋରା ଚାଲାଣ ହେଉଛି । ଅଙ୍ଗ ଓ ସୁକତେଲ ନଦୀର ବିଭିନ୍ନ ବାଲିଘାଟରେ ଲିଜ ଅବଧି ସରିଯିବା ପରେ ମଧ୍ୟ ବାଲି ମାଫିଆମାନେ ବାଲି ଉଠାଉଛନ୍ତି । ଏହାକୁ ରୋକିବାକୁ ଅଥବା ବାଲି ଚାଲାଣରେ ନିୟୋଜିତ
Read More...

ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ଥାନା ତଥା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ- ସିଂହାଣୀମୁଣ୍ଡା ରାସ୍ତାର ଶନି ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣକର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ସରଗାଡ ଗ୍ରାମର ତିରାଲି ନାଗ (୫୨) । ସେ ନିକଟସ୍ଥ ଏକ
Read More...

ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ସଞ୍ଜୟ ସଭାପତି ଓ ଜ୍ୟୋତି ସମ୍ପାଦକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ସଞ୍ଜୟ କୁମାର ଷଡ଼ଙ୍ଗୀ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଜ୍ୟୋତିରଂଜନ ପଟେଲ, ଉପସଭାପତି- କ୍ଷେତ୍ରପାଳ ସାହୁ, ଯୁଗ୍ମ
Read More...

ଡକ୍ଟରେଟ ଉପାଧି ପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ. ବିଜୟ କୁମାର କଲେଟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଡ. କଲେଟଙ୍କୁ ଭାରତ ସରକାରଙ୍କ ଦ୍ଵାରା ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଏନେଇ ଆଜି କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା
Read More...