ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଲୋଇସିଂହା ଅବକାରୀ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଭାଟିମଦ ଓ ରନ୍ଧାମଦ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସ୍ଥାନୀୟ ଅବକାରୀ ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋଇସିଂହା ସାଗର ନିକଟରେ ମଦ ବିକ୍ରି କରୁଥିବା ବିକାଶ ବିଶ୍ଵାଳଙ୍କ ଠାରୁ ୯ ଲିଟର ଦେଶୀ ରନ୍ଧାମଦ ଓ ନିରାକାର ବେଣ୍ଟକାରଙ୍କ ଠାରୁ ୮.୨ ଲିଟର ଭାଟି ପାଉଚ ମଦ ଜବତ କରାଯାଇଥିଲା । ସେହିପରି ମନହିରା ଗ୍ରାମର କନ୍ଦରା ବଡକାଙ୍କ ଠାରୁ ଅବକାରୀ ବିଭାଗ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସ୍ଥାନୀୟ ଅବକାରୀ ଏସ୍ଆଇ ଭେଙ୍କଟ ରମଣ ବେହେରା ସୂଚନା ଦେଇଛନ୍ତି ।
