jayashree

ସୁପୋଷିତ ଓଡ଼ିଶା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା କଲେଜର ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ସଭାପତିତ୍ୱରେ ‘ସୁପୋଷିତ ଓଡ଼ିଶା ମିଶନ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁଭାରମ୍ଭ କରିଛନ୍ତି । ଏହା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ସିଡିପିଓ ରଜନୀରାଣୀ ମେହେର ଏବଂ ସୁପରଭାଇଜର ବିନନ୍ଦା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସୁପୋଷିତ ଓଡିଶା ମିଶନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏନ୍‌.ଏସ୍‌.ଏସ୍‌ କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପକ ଜଗମୋହନ ଦର୍ଜୀ ସ୍ୱେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସରକାର ଶୂନରୁ ଛଅ ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁ ଙ୍କ ଓଜନ ଓ ଉଚ୍ଚତା ସର୍ଭେ ମାଧ୍ୟମରେ ମାପ କରିବେ ଏବଂ ସମସ୍ତ ଶିଶୁଙ୍କୁ ସୁପୋଷିତ କରିବେ । ଲୋଇସିଂହା ବ୍ଲକ ଅଧୀନରେ ଥିବା ସମସ୍ତ ୧୧୮ ଟି ଅଙ୍ଗନୱାଡି କେନ୍ଦ୍ରକୁ ଏନ୍‌.ଏସ୍‌.ଏସ୍‌ର ଛାତ୍ରୀମାନେ ଯାଇ ଶିଶୁ ମାନଙ୍କ ଓଜନ ଓ ଉଚ୍ଚତା ମାପ କରିବେ । ଶେଷରେ ଅଧ୍ୟାପକ ରିପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.