jayashree

ବଲାଙ୍ଗିର ଜିଲ୍ଲା ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଏଥଲେଟିକ ଏସୋସିଏସନ ତରଫରୁ ଆସନ୍ତା ସେପ୍ଟେମ୍ବର ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ସିନିୟର୍ ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ମୋଟ ୮ଟି ଜୋନରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି କ୍ରମରେ ଲୋଇସିଂହା ଷ୍ଟାଡିୟମ୍ ଠାରେ ୧ରୁ ୭ ତାରିଖ ପର୍ଯ୍ୟନ୍ତ ୯ଟି ଦଳକୁ ନେଇ ଜୋନ ସ୍ତରୀୟ ପ୍ରତିଯୋଗିତା ହେବ । ଏଥିପାଇଁ ଜିଲ୍ଲା ଏଥଲେଟିକ ସଂଘ ସଭାପତିଙ୍କ ଆହ୍ୱାନ କ୍ରମେ ଲୋଇସିଂହା ଷ୍ଟାଡିୟମ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ସଭ୍ୟ ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଶାନ୍ତିଶୃଙ୍ଖଳାର ସହିତ ଟୁର୍ଣ୍ଣାମେଣ୍ଟ ପରିଚାଳନା କରାଯିବା ନେଇ ଆଲୋଚନା କରାଯାଇଥିଲା । ଷ୍ଟାଡିୟମ୍ କମିଟି ସମ୍ପାଦକ ଶିବ କୁମାର ଅଗ୍ରୱାଲ, ଫୁଟବଲ ସଂଘ ସଂପାଦକ ଟିକୁ ପାଣ୍ଡିଆ, ବୁଲୁ ବହିଦାର, ଆନନ୍ଦ ପୁଟେଲ୍, ଚତୁର ଦଳାଇ, ରଞ୍ଜନ ବେହେରା, ଭାଗବତିଆ ଭୋଇ, ଅଶୋକ ଭିତ୍ରିଆ, ଦେବ ବିଶ୍ୱାଳ, ସିଲୁ ସେବକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.