pr

ଫଟାବାହାଲରେ ନୁଆଁଖାଇ ଭେଟ୍

dr. purohit

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଫଟାବାହାଲ ଗ୍ରାମରେ ବଡା ଧୁମଧାମରେ ନୂଆଁଖାଇ ଭେଟ୍ ପାଳନ କରାଯାଇଥିଲା । ଗ୍ରାମ ମଝିରେ ତଲିପଡା ମଣ୍ଡପଠାରେ ସନ୍ଧ୍ୟାରେ ଗ୍ରାମବାସୀ ଏକତ୍ରିତ ହୋଇ ଜୁହାର ଭେଟ ହୋଇଥିଲେ । ଏହାପରେ ଛୋଟଛୋଟ ଶିଶୁମାନଙ୍କୁ ନେଇ ଗୀତନାଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ସଂକୀର୍ତ୍ତନ ମହାଲିଙ୍ଗ ଓ ଗୋବର୍ଦ୍ଧନ ପଧାନ କରିଥିଲେ । ଜ୍ୟୋତିରଞ୍ଜନ ମହାଲିଙ୍ଗ, ଦିନାର୍ଦ୍ଧନ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ସୁରେଶ ପଧାନ, ଚିଣ୍ଟୁ ପଧାନ, ଗୁପ୍ତେଶ୍ଵର ସିଂସାହାଣୀ, ଘୁନୁ ବିଶ୍ୱାଳ, ଆକାଶ ବିଶ୍ୱାଳ, ଫିରୋଜ ମହାକୁର ତଥା ଅନ୍ୟାନ୍ୟ ଯୁବକ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.