pakka

କବିତା : ବନ୍ଧୁ

kalikesh
  • ରଘୁନାଥ ବାବୁ

ବାଲ୍ୟାବସ୍ଥାରେ
ମୋ ଖେଳନା ହଜିଯିବା ପରେ
କାନ୍ଦୁଥିଲି ରାହାଧରି ଏକା ଏକା ବସି,
ନିଜ ଖେଳନାକୁ ମୋ ଦିଗକୁ ବଢ଼ାଇ
ଡାକିନେଲ ମତେ –
ଆ’ ଖେଳିବା ଆମେ ଦୁହେଁ ମିଶି ।

ଯୌବନରେ
ସେ ଚିଠିଦେବା ବନ୍ଦ କରିଦେବା ପରେ
ଜୀବନଟା ଲାଗୁଥିଲା ନିହାତି ନିରସ,
ତୁମେ ଆସି ପ୍ରବୋଧିଲ –
ଦୋଷ ତାର ନୁହେଁ
ଦୋଷୀ ଏଇ ବୟସ ।

ବୃଦ୍ଧାବସ୍ଥାରେ
ଚାକିରୀ ଓ ବୟସ ଧକ୍କାଦେବା ପରେ
ଚୁପ୍‌ଚାପ୍‌ ବସିଥିଲି ଆକାଶକୁ ଚାହିଁ,
ତଥାପି ନ ଭୁଲି ବନ୍ଧୁ
ଆସିଥିଲ ମୋ ପାଖକୁ
ଦି’ ପଦ କଥା ହେବା ପାଇଁ ।।
(ବନ୍ଧୁତା ଦିବସରେ ମୋ’ କଲେଜ ଅମଳର ପୁରୁଣା କବତିାଟିଏ ଭେଟି ଦଉଛି ମୋ ବନ୍ଧୁମାନଙ୍କୁ ।)

pp
Leave A Reply

Your email address will not be published.

three × four =