oom

ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ୱେବିନାର : ସମ୍ବଲପୁର, ଝାରସୁଗୁଡା, ନୂଆପଡା ଜିଲ୍ଲାର ନୂତନ କର୍ମକର୍ତ୍ତା ମନୋନୟନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ମାଟିଲଗ୍ନା ସାହିତ୍ୟ ସଂସଦର ମୁଖ୍ୟ କାର୍ୟ୍ୟାଳୟ ମାଲକାନଗିରି ଜିଲ୍ଲା ପକ୍ଷରୁ ସମ୍ବଲପୁର, ନୂଆପଡା, ଝାରସୁଗୁଡା ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ମନୋନୟନ ବୁଧବାର ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସଭାପତି ତଥା ମାଲକାନଗିରି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ଜିଲ୍ଲା‌ସ୍ତରୀୟ କର୍ମକର୍ତ୍ତା ମନୋନୟନ ହୋଇଥିଲା । ଝାରସୁଗୁଡା ଜିଲ୍ଲା ପାଇଁ ଶ୍ରୀକର ଭୋଇ ସଭାପତି, ରମେଶ ଚନ୍ଦ୍ର ପଶାୟତ ଉପସଭାପତି, ମୁରାରୀ ପ୍ରସାଦ ପଶାୟତ ସଂପାଦକ, ଗୀତା ରୋହିଦାସ ସହ ସଂପାଦିକା ମାଳତୀ ତ୍ରିପାଠୀ ସଂଗଠନ ସଂପାଦିକା, ମାଧୁରୀ ମିଶ୍ର ମହିଳା ସଂଗଠନ ସଭାନେତ୍ରୀ, ‌ସ୍ୱପ୍ନା ସିଂହ ମହିଳା ସଂଗଠନ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ସେହିପରି ନୂଆପଡା ଜିଲ୍ଲା ପାଇଁ ସୁଶାନ୍ତ କୁମାର ମୁଣ୍ଡ ସଭାପତି କୁମରମଣି ରଣା ଉପସଭାପତି, ଗଣପତି ବାଗ ସଂପାଦକ ପୀତାମ୍ବର ମାଝୀ ସହ ସଂପାଦକ, ବୈକୁଣ୍ଠ ମେହେର ସଂଗଠନ ସଂପାଦକ, କାନ୍ତା ମହାନନ୍ଦ ମହିଳା ସଂଗଠନ ସଭାନେତ୍ରୀ, ବବିତା ମେହେର ମହିଳା ସଂଗଠନ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲା ପାଇଁ ଡକ୍ଟର ସିଦ୍ଧାର୍ଥ ପଣ୍ଡା ସଭାପତି, ପ୍ରଶାନ୍ତ କୁମାର ମାଝୀ ଉପସଭାପତି, ଲକ୍ଷୀନାରାୟଣ ପଣ୍ଡା ସଂପାଦକ ସତ୍ୟ ନାରାୟଣ ଠାକୁର ସହ ସଂପାଦକ, ପଙ୍କଜିନୀ ନାୟକ ସଂଗଠନ ସଂପାଦିକା, ରଞ୍ଜିତା ହୋତା ମହିଳା ସଂଗଠନ ସଭାନେତ୍ରୀ, ସାବିତ୍ରୀ ପୁରୋହିତ ମହିଳା ସଂଗଠନ ସଂପାଦିକା, ପଙ୍କଜିନୀ ମେହେର ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ ସଂପାଦକ ଦୀନବନ୍ଧୁ ଦେ ଜିଲ୍ଲାସ୍ତରୀରେ ମନୋନୀତ କର୍ମକର୍ତ୍ତାମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା, ରାଜ୍ୟ ଉପସଂଯୋଜକ ଲଳିତ କୁମାର ‌ସ୍ୱାଇଁ, ପଶ୍ଚିମାଞ୍ଚଳ ପରିଚାଳକ କବି ଜଗନ୍ନାଥ ପଧାନ ସଂଗଠନ ମଜଭୁତ କରିବା ତଥା ଆଗାମୀ କାର୍ୟ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.