oom

ଗାଁ ସ୍କୁଲ ବନ୍ଦ କରିବା ସରକାରୀ ନିର୍ଦ୍ଦେଶକୁ ଗ୍ରାମବାସୀଙ୍କ ବିରୋଧ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି ଯେ ଓଡ଼ିଶାର ଯେଉଁ ସରକାରୀ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ର ଅଛନ୍ତି ସେହି ବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ନିକଟବର୍ତ୍ତୀ ବିଦ୍ୟାଳୟ ସହ ମିଶାଇ ଦିଆଯିବ । ଏଣୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମପଞ୍ଚାୟତର ଟିମନଭାଡି ପ୍ରାଥମିକ ବିଦ୍ୟାଳୟକୁ ସାଲଡିଗ୍ରି ବିଦ୍ୟାଳୟ ସହ ମିଶାଇ ଦେବାକୁ ନିର୍ଦ୍ଦେଶ ଆସିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ ଓ ଗରିବ ସେନା ସଭାପତି ବିରେନ୍ଦ୍ର ବାଗ । ଏହି ବିଦ୍ୟାଳୟଟି ୧୯୬୭ ମସିହାରେ ପ୍ରତିଷ୍ଠିତ ହୋଇ ଅନେକ ଛୁଆଙ୍କ ଭବିଷ୍ୟତ ଗଢି ସାରିଛି । ଏଠାରେ ବର୍ତ୍ତମାନ ତିରି ଶହରୁ ଅଧିକ ପିଲା ପଢୁଥିବା ଗ୍ରାମବାସୀ କହନ୍ତି । ଗାଁର ଅନେକ ଲୋକ ଦାଦନ ଖଟି ଯାଉଥିବା ବେଳେ ଅନେକ ଦିନ ମଜୁରୀ ପାଇଁ ସକାଳୁ ଗାଁ ଛାଡି ଦୂର ସ୍ଥାନକୁ ଯାଇଥାନ୍ତି । ଏହି ପରି ପରିସ୍ଥିତିରେ ନିଜ ଗାଁରେ ଥିବା ତଥା ଘର ନିକଟବର୍ତ୍ତୀ ବିଦ୍ୟାଳୟକୁ ଛୋଟ ଛୋଟ ପିଲା ସହଜରେ ପଢି ଆସି ପାରୁଥିବା ବେଳେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, କାହିଁକି ବିଦ୍ୟାଳୟ ଟିକୁ ଗାଁ ଠୁ ଦୁଇ ତିନି କିଲୋମିଟର ଦୂର ଅନ୍ୟ ଏକ ଗାଁକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି । ଏତେ ଦୂର ଛୋଟ ପିଲା ଯିବ ଆସିବା ସମୟରେ ଅଘଟଣ ଘଟିବା କିଛି ବଡ଼ କଥା ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ଏହି ଗାଁରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା କଳାହାଣ୍ଡି ଜିଲ୍ଲାର ପିଲାମାନେ ମଧ୍ୟ ନିର୍ଭର କରୁଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି । ଟିମନଭାଡି ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଥିବାରୁ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ଦାବୀରେ ଗ୍ରାମବାସୀ ଗରିବ ସେନା ସଭାପତିଙ୍କ ନେତୃତ୍ୱରେ ଟିମନଭାଡି ବିଦ୍ୟାଳୟ ସାମ୍ନାରେ ଧାରଣରେ ବସିଥିଲେ । ଟିଟିଲାଗଡ ବିଇଓ ଏବଂ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ନିମନ୍ତେ ଏକ ଦାବୀପତ୍ର ଦେଇଛନ୍ତି ।

jittmm
Leave A Reply

Your email address will not be published.