om academy

ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ମାଟିର ବର୍ଷିୟାନ ସାମ୍ବାଦିକା ଉତ୍ତମା ନାଏକଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଶନିବାର ଦିନ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ବଲାଙ୍ଗିର ଜିଲ୍ଲା ପ୍ରଥମ ମହିଳା ସାମ୍ବାଦିକା ଭାବେ ସେ ବେଶ୍‌ ଜଣାଶୁଣା । ଯେତେବେଳେ ସାମ୍ବାଦିକତା କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଅତ୍ୟନ୍ତ ନଗଣ୍ୟ ଥିଲା, ସେହି ସମୟରେ ଜଣେ ସାମ୍ବାଦିକା ଭାବେ ସାମ୍ବାଦିକତା କ୍ଷେତ୍ରକୁ ଓହ୍ଲାଇ ସେ ଅନ୍ୟ ମାନଙ୍କ ପାଇଁ ଉତ୍ସାହର ଉତ୍ସ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କୁ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

two + one =