jayashree

ଜୟପାଟଣାରେ ଆୟୋଜିତ ହେଲା ରାଜ୍ୟ ସ୍ତରୀୟ ରାତ୍ରୀ କ୍ରିକେଟ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ରଙ୍ଗାରଙ୍ଗ ବାତାବରଣ ମଧ୍ୟରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ ରାତ୍ରୀ କ୍ରିକେଟ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଆୟୋଜକ ସ୍ପୋର୍ଟିଂ କ୍ଲବର ଯୁବ କ୍ରୀଡାବିତମାନେ ଟୁର୍ଣ୍ଣାମେଣ୍ଟ ଏକ ଉଚ୍ଚ ମାନର ସହିତ ପରିଚାଳନା କରିଥିବା ବେଳେ ପଡିଆରେ ଆଲୋକ ମାଳା ଏଲ୍‌ଇଡି ସ୍କ୍ରିନ ଓ ଧାରା ବିବରଣୀ ସମସ୍ତ କ୍ରୀଡା ପ୍ରେମୀଙ୍କୁ ଆକର୍ଷିତ କରୁଥିବା ବେଳେ ୧୬ଗୋଟି ବଛା ବଛା ଦଳ ବିଭିନ୍ନ ସ୍ଥାନରୁ ଆସି ଯୋଗ ଦେଇଥିଲେ । ଚୁଡାନ୍ତ ମ୍ୟାଚ୍‌ରେ ପୀୟସ ଏକାଦଶ ଅନୁଗୁଳକୁ ହରାଇ ଟ୍ରଫି ସହ ୫୦ହଜାର ଟଙ୍କା ଅର୍ଥ ରାଶି ପ୍ରାପ୍ତ କରିଥଲେ । କ୍ରୀଡା ପରିଚାଳନାରେ ଅଭିଜ୍ଞ ବାବଲୁ ସାହୁ, ଲୋକେଶ ଦାସ, ମଣ୍ଟୁ ଖର୍ସେଲ, ଶିବ ପଟେଲ ପ୍ରମୁଖ ନିୟୋଜିତ ହୋଇଥିଲେ । ଧାରା ବିବରଣୀରେ ଓଡ଼ିଶାର ସୁନାମଧନ୍ୟ ବୁଦ୍ଧଦେବ ମହାରଣା ଓ ଶାଶ୍ଵତ ପଣ୍ଡାଙ୍କ ଯୋଗଦାନ ସମସ୍ତ କ୍ରୀଡାପ୍ରେମୀଙ୍କୁ ଆକର୍ଷିତ କରିଥିଲା । ଜୟପାଟଣା ସ୍ପୋଟିଂ କ୍ଲବର ସଭାପତି ଭବାନୀ ନାଏକ, ଜଗମୋହନ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ରାଉତ, ଜ୍ଞାନ ରଂଜନ ବାରିକ, ସୁକାନ୍ତ ରାଉତ, ମାଧବ ସିଂ, ଜିତେସ ନାଏକ, ସୋନୁ ନାଏକ ଓ ସମସ୍ତ ସଦସ୍ୟ ସହଯୋଗ କରିଥଲେ ।

Leave A Reply

Your email address will not be published.