mahavir

ୟୁରୋ ସ୍କୁଲ୍ ଶତପ୍ରତିଶତ ସଫଳତା ନେଇ ଉତ୍ସବ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ପୌରପାଳିକାରେ ଅବସ୍ଥାପିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୟୁରୋ ସ୍କୁଲ୍ ବନାମ୍ ଦି ନିଉ ଏଇଜ୍ ୟୁରୋ ସ୍କୁଲ୍ ସିବିଏସ ପେର୍ଟେନ୍ ଦଶମ ବୋର୍ଡ ପରୀକ୍ଷାର ଶତ ପ୍ରତିଶତ ସଫଳତା ହାସଲ ହୋଇଥିବା ନେଇ ଉତ୍ସବ ମନାଇଛନ୍ତି । ଗୁରୁବାର ସାନ୍ଧ୍ୟ ରଜନୀରେ ସ୍କୁଲ୍ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟକ୍ଷ ସ୍କୁଲ୍ ସଭାପତି, ପରିଚାଳନା ବୋର୍ଡ଼ କମିଟିର ଅଧ୍ୟକ୍ଷ ପ୍ରମୁଖଙ୍କ ସମେତ ସଭିଁଏ କେକ୍ କାଟି ମିଠା ବାଣ୍ଟି, ରୁଚିକର ବ୍ୟଞ୍ଜନ ଦ୍ରବ୍ୟ ଖୁଆଖୋଇ ହୋଇ ଖୁସି ମନାଇଛନ୍ତି । ସ୍କୁଲ୍ ଅଭିଭାବକ ଅଭିଭାବିକାମାନେ ବିଦ୍ୟାଳୟର ଟ୍ରଷ୍ଟ କମିଟି ତଥା ଉଦ୍ୟାକ୍ତାଙ୍କୁ ପ୍ରଶଂସା କରିବା ସାଂଗକୁ ସାଧୁବାଦ ଜଣାଇଛନ୍ତି ଏବଂ ସ୍କୁଲର ଉତ୍ତରତ୍ତୋର କାମନା କରିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ କୃତ୍ତିତ୍ଵ ହାସଲ କରିଥିବା ଶ୍ରୀୟା ଶ୍ରୀ ସାହୁ, ଦେବ ପ୍ରକାଶ ନାଣ୍ଡି, ଇଶୀକା ବେହେରା, ସ୍ପନ୍ଦନା ସାହୁ ପ୍ରମୁଖ ଅଗ୍ରଣୀ ସ୍ଥାନରେ ରହି ଯଥାକ୍ରମେ ଶତକଡା ୯୬, ୯୫, ୯୪ ଓ ୯୩ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ସୁନାମ ଅର୍ଜ୍ଜନ କରିଥିବା ନେଇ ସ୍କୁଲ ଡ଼ିନ୍ ଶ୍ରୀମତୀ ସସ୍ମିତା ମହାପାତ୍ର ଏବଂ ଟ୍ରଷ୍ଟ ବୋର୍ଡ଼ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ପିଲାମାନଙ୍କୁ ସ୍ନେହ ଆଦରରେ ମିଠା ଖୁଆଇ ପୁରସ୍କୃତ କରି ପ୍ରଶଂସିତ କରିଛନ୍ତି । ପ୍ରାୟତଃ ସମସ୍ତ ଛାତ୍ରଛାତ୍ରୀମାନେ ୫୦ ପ୍ରତିଶତରୁ ଶତ ପ୍ରତିଶତ ସଫଳତା ଆଣିଥିବା ନେଇ ମଞ୍ଚରେ ସଭିଁଏ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ୟୁରୋ ସ୍କୁଲ୍‌ର ପ୍ରିନ୍ସିପାଲ ତପସ୍ଵିନୀ ସାହୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.