mahavir

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ : ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇନିଂ ରକର୍ସ ଏକାଡେମୀର ୧୦ମ ବାର୍ଷିକ ଉତ୍ସବ ଓଡିଶା ସାଇନିଂ ଆଇକନ୍ସ ୧୦ ଆସନ୍ତା ଏପ୍ରିଲ ମାସ ୧୯ ତାରିଖରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୪ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ମୁଖ୍ୟ ଲୀନା ବିଶ୍ଵାଳ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଫେସନ ସୋ ଆୟୋଜିତ ହେବ । ଏଥିରେ ବିଭିନ୍ନ ବୟସ ବିଭାଗ ଯଥା ୪ରୁ ୧୦, ୧୧ ବର୍ଷରୁ ୧୫ ବର୍ଷ ଓ ୧୬ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ୧୮ ତାରିଖ ଦିନ ଟ୍ୟାଲେଣ୍ଟ ରାଉଣ୍ଡ ପ୍ରତିଯୋଗିତା ହେବ। ୧୯ ତାରିଖ ଦିନ ଗ୍ରାଣ୍ଡ ଫିନାଲେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ । ଏଥିରେ ବିଚାରକ ଭାବେ କୁମାରୀ ତନିସା ଅଗ୍ରୱାଲ ଏବଂ ଶ୍ରୀମତୀ ଅନୀତା ମଣ୍ଡଳଦାସ ଦାୟିତ୍ଵ ନିର୍ବାହ କରିବେ । କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ, ଆକର୍ଷଣୀୟ ରନୱେ ମଡେଲିଂ ପ୍ରଦର୍ଶନ କରାଯିବ । ଉଦୀୟମାନ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ଏହା ପ୍ରୟାସ ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ବବିତା ମହାରଣା, ନିତ୍ୟାଞ୍ଜଳି ପରିଡ଼ା, କଲ୍ୟାଣୀ ଦାସ, ଚିନୁ ରାଉତ, ବର୍ଣ୍ଣାଳୀ ରାଉତ, ସୋନୁ ମୁଖାର୍ଜୀ, ସୁନୀଲ କୁମାର ସୋନି, ମୁରଲୀ ମୋହନ ପଟ୍ଟନାୟକ, ଦୀପ ହାଜରା, ପପାୟା ମୁଖାର୍ଜୀ, ପ୍ରବୀଣ ଚାୱାଡା ଏବଂ ଲାକମେ ଏକାଡେମୀର ସ୍ଥାନୀୟ ମୁଖ୍ୟ ପ୍ରଦ୍ୟୁମ୍ନ କେଶରୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.