pakka

ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗୋର୍ଲା ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଗଙ୍ଗାରାମ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉଦୟ ସିଂ ମାଝୀ ଜିଲ୍ଲା ଶିକ୍ଷା ନିରକ୍ଷକ, ନୂଆପଡ଼ା ଓ କଳାହାଣ୍ଡି, ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର କୁମାର ସେଠ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସୁନିଲ କୁମାର ସାମଲ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପ୍ରଭାତ କୁମାର ପାତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦେବାନନ୍ଦ ବାଗ, ସିଆର୍‌ସିସି ପତିଆଲ ପଡ଼ା କ୍ଲଷ୍ଟର୍, ଦମୟନ୍ତୀ ଦଣ୍ଡସେନା, ରୁଦ୍ରମାଧବ ସା ପ୍ରଧାନ ଶିକ୍ଷକ ବୈଜଲ ଗଡ ଉଚ୍ଚ ବିଦ୍ୟାଳୟ ଗୋର୍ଲା, ଝରାମଣି ପାନ, ପ୍ରଧାନ ସେବିକା ପଳସଦା ସେବାଶ୍ରମ, ଯୋଗିନ୍ଦ୍ର ନାଗ ସଭାପତି ସ୍କୁଲ୍ ପରିଚାଳନ କମିଟି ପ୍ରମୁଖ ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ମା’ ବୀଣାପାଣିଙ୍କ ପୂଜାର୍ଚ୍ଚନା କରିବା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ସେବକ ଗଙ୍ଗାରାମ ବାଗ ବାର୍ଷିକ ବିବରଣୀ ପଠନ କରିଥିଲେ । ବାର୍ଷିକ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୁନି କୁନି ବାଳକ ବାଳିକାମାନଙ୍କ ଶିକ୍ଷାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଶାରୀରିକ ଓ ମାନସିକ ଦକ୍ଷତା ଦିଗରେ ସହାୟ ହେବା ସହ ସୁସ୍ଥ ଶରୀର ଗଠନ ହେବାରେ ସହଯୋଗ କରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷା ସହ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଅତିଥିମାନେ ତାଙ୍କ ମତ ପ୍ରକାଶ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଲକ୍ଷ୍ମୀକାନ୍ତ ମାଝୀ, ଭୀଷ୍ମ ରାଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଦିଲୀପ କୁମାର ପୁରୋହିତ, ପିତାମ୍ବର ମେହେର, ସନ୍ଧ୍ୟାରାଣୀ ଘିଭେଲା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eight − 3 =