ଚିନ୍ମୟ ବିଦ୍ୟାଳୟର ଦ୍ୱିଦିବସୀୟ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟର ଦ୍ୱିଦିବସୀୟ ବାର୍ଷିକ ଉତ୍ସବ ସାଧାରଣ ସମ୍ପାଦକ ଇଂ ବାବୁରାମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ ଏନ୍ଆଇଟିର ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ପ୍ରଫେସର ଡ. ରାମଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଚିନ୍ମୟ ସେବା ଟ୍ରଷ୍ଟର ସମ୍ପାଦକ ସ୍ୱାମୀ କେବଳାନନ୍ଦଜୀ ନବୀନ ସମାଜ ଗଠନରେ ଶିଶୁମାନଙ୍କ ଯୋଗଦାନ ଓ ସେମାନଙ୍କ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ସ୍ୱାମୀ ଋଷିପ୍ରିୟା ନନ୍ଦଜୀ ଓ ବିଦ୍ୟାଳୟର ସଭାପତି ଅବସରପ୍ରାପ୍ତ ଶିକ୍ଷାଧିକାରୀ ରଶ୍ମିବାଳା ରାଉତରାୟ ଛାତ୍ରଛାତ୍ରୀ ମାନଙ୍କୁ ମନଛୁଆଁ କାହାଣୀ ମାଧ୍ୟମରେ ସମାଜ ପ୍ରତି ସେମାନଙ୍କର କର୍ତ୍ତବ୍ୟ ଓ ଅଭିଭାବକ ମାନଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ଆର୍‌ଏସ୍‌ପିର ଏଜିଏମ୍‌ ନିର୍ମଳ ଚନ୍ଦ୍ର ଦାସ, ସ୍ୱାମୀ ଅରୂପାନନ୍ଦଜୀ, ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ଜୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଭବିଷ୍ୟତ ସହ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇ ଆଗାମୀ ଦିନରେ ସୁନ୍ଦର ରାଷ୍ଟ୍ର ଗଠନରେ ସହଭାଗିତା ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଏବଂ ସେବକ ଭାଇ ଭଉଣୀମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ ମାମି ମହାନ୍ତି ଓ ସସ୍ମିତା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳକ ଜୀବନାନନ୍ଦ ନାୟକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସମ୍ପାଦକ ଶ୍ରୀ ମିଶ୍ର ବିଦ୍ୟାଳୟର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × three =

error: Content is protected !!