pakka

ବିଜେଡ଼ିର ବିଶାଳ କର୍ମୀ ସମ୍ମିଳନୀ : ନିହାରଙ୍କୁ ଜିତାଇବା ପାଇଁ କର୍ମୀ ଉତ୍ସାହିତ

bbehera

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦାଜୁରୀ ସାପ୍ତାହିକ ବଜାରରେ ପଞ୍ଚାୟତସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାରମୁଣ୍ଡା, କନ୍ଦାଜୁରୀ, କୁଶଙ୍ଗ ଓ କୁଟେନପାଲି ପଞ୍ଚାୟତରୁ ଶହ ଶହ କର୍ମୀ ସାମିଲ ହୋଇ ପ୍ରାୟ ଏକ ହଜାର କର୍ମୀ ଯୋଗଦେଇଥିଲେ । ଲୋଇସିଂହା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କୁ ବିପୁଳ ଭୋଟ୍‌ରେ ଜିତାଇବାକୁ କର୍ମୀମାନେ ବେଶ ଉତ୍ସାହିତ ହୋଇଥିଲେ । ବ୍ଲକ ବିଜେଡ଼ି ସଭାପତି ହୃଦୟ।ନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ଯୋଗଦେଇଥିଲେ । ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ବିଜୟୀ କରିବାକୁ ଶ୍ରୀ ବେହେରା ଉପସ୍ଥିତ କର୍ମୀଙ୍କୁ ଆହ୍ୱାନ କରିଥିଲେ । ଏହାସହ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ମଧ୍ୟ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜୟପ୍ରକାଶ ପତି, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ନୀତେଶ ଅଗ୍ରୱାଲ ପ୍ରମୁଖ ବିଜେଡ଼ିର ନିର୍ବାଚନୀ ଚିହ୍ନ ଶଙ୍ଖ ଚିହ୍ନରେ ମୋହର ମାରି ବିଧାୟକ ପ୍ରାର୍ଥୀ ନିହାର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ରଙ୍କୁ ବିଜୟୀ କରି ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ କହିଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ସାହୁ, ସୁଧୀର ଦାବୀ, କ୍ଷେତ୍ରବାସୀ ନାଏକ, ନନ୍ଦ କିଶୋର ଭୋଇ, ମନୋଜ ଧରୁଆ, ସୁନିଲ ଅଗ୍ରୱାଲ, ସରୋଜ ବେହେରା, ରମାକାନ୍ତ ବିଶ୍ଵାଳ, ଅଂଶୁମାନ ଗୁରୁ, କୈଳାସ ବରିହା, ରବିଚନ୍ଦ୍ର ସାହୁ ସମେତ ବହୁ ବିଜେଡ଼ି କର୍ମୀ ବିଜେଡ଼ି ସପକ୍ଷରେ ଭୋଟ୍‌ ଦେବାକୁ କହିଥିଲେ । ଶେଷରେ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଶ୍ରୀ ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

5 × two =