pakka

ଭକ୍ତକବି ଧରମାନନ୍ଦ ଦାସଙ୍କ ସାହିତ୍ୟ କୃତି ‘ମହାବାହୁ’ ପୁସ୍ତକ ଉନ୍ମୋଚିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୋଳପୂର୍ଣ୍ଣମୀ ଦିନ ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତକବି ଧରମାନନ୍ଦ ଦାସଙ୍କ ସାହିତ୍ୟ କୃତି ‘ମହାବାହୁ’ ପୁସ୍ତକ ପୂର୍ବାହ୍ଣରେ ଉନ୍ମୋଚିତ ହୋଇଯାଇଛି । ସ୍ୱତନ୍ତ୍ର ଭାବେ ଏହି ଅବସରରେ ଉନ୍ମୋଚିତ ଭକ୍ତି ରସାତ୍ମକ ପତ୍ରିକାର ସୂଚୀପତ୍ରରେ ୫୧ଟି ବିଷୟରେ ସ୍ଥାନ ପାଇଛି । ପୁସ୍ତକର ମୁଖବନ୍ଧରେ ଶିଶୁ ଗୌରବ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ ଶ୍ରଦ୍ଧା ଓ ସମ୍ମାନର ସହ ଏହି ସଂକଳନଟିକୁ ଉତ୍ସର୍ଗୀକୃତ କରିଛନ୍ତି । ପୁସ୍ତକ ଉନ୍ମୋଚନରେ ବଡ଼ପଣ୍ଡା ରାଜେନ୍ଦ୍ର ଶତପଥୀ, ସହକାରୀ ମନ୍ଦିର ପରିଚାଳକ ଆଦିକନ୍ଦ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

ଛତ୍ରପୁରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଶ୍ରୀ ରାଧାକୃଷ୍ଣ ଯୁଗଳମୂର୍ତ୍ତିଙ୍କ ଦୋଳ ବିମାନରେ ବିଜେ, ନଗର ପରିଭ୍ରମଣ, ହୋଲିକା ଦହନ ଆଜି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କଠାରେ କଷି ଆମ୍ବ-ପେନ୍ଥା, ଝୁଲାଇ, ଚଣା, ସାକର, କଦଳୀ, ଫଗୁ ଲାଗି ହୋଇଛି । ନୂତନ ପାଞ୍ଜି ପଠନ ହୋଇଛି । ଭକ୍ତମାନଙ୍କ ମଧ୍ୟରେ ଦୋଳପୂର୍ଣ୍ଣମୀ ଦିନ ଫଗୁ ଖେଳ ହୋଇ ଆନନ୍ଦର ଲହରିରେ ଶଙ୍ଖ, ହୁଳାହୁଳି, ହରି ସଂକୀର୍ତ୍ତନ ଧ୍ୱନିରେ ସ୍ଥାନଟି ମୁଖରୀତ ହୋଇଉଠିଛି ।

Leave A Reply

Your email address will not be published.

20 + 16 =