pakka

ଡଭା ପେକ୍ସର ସଂପାଦକଙ୍କୁ ଗିରଫ ଦାବୀରେ ଜଗଦଲପୁର ଥାନା ଘେରାଓ ସହ ଧାରଣା ଦେବ ଖଟିଖିଆ ସଂଗଠନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡଭା ପେକ୍ସର ସଂପାଦକଙ୍କୁ ଗିରଫ ଦାବୀରେ ଜଗଦଲପୁର ଥାନା ଘେରାଓ ସହ ଧାରଣା ଦେବ ଖଟିଖିଆ ସଂଗଠନ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କ ହକ ଅଧିକାର ପାଇଁ ଲଢେଇ କରି ଆସୁଥିବା ଖଟିଖିଆ ସଂଗଠନ ଡଭା ପେକ୍ସର ଜାଲ ସଂପାଦକ ରାକେଶ ସାହୁଙ୍କ କଳା କାରନାମା ପେଡିର ପର୍ଦାଫାସ କରିଥିଲା ଯାହା କାହାକୁ ଅଛପା ନାହିଁ । ବାବୁ ଜଣକ ମାଟ୍ରିକ ଫେଲ, ହେଲେ କେମିତି ବିଏ ପାସ୍‌ ତାହା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଜାଲ ସଂପାଦକଙ୍କୁ ଗିରଫ ଦାବୀରେ ଖଟିଖିଆ ସଂଗଠନ ଜଗଦଳପୁର ଥାନା ଘେରାଉ ସହିତ ଧାରଣା ଦେବା ବିଷୟରେ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖତ ଭାବରେ ଜଣାଇଛନ୍ତି ।

ସଂଗଠନ ପକ୍ଷରରୁ କୁହାଯାଇଛି ଯେ, ଜଗଦଲପୁର ଥାନା କେସ ନଂ ୧୫୮ ତା ୨୭/୧୦/୨୨ ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ରାକେଶ ସାହୁଙ୍କୁ ଜଗଦଲପୁର ପୋଲିସ ସୁରକ୍ଷା ଦେଇ ଦୀର୍ଘ ଦିନ ହେଲା ଗିରଫ କରୁନାହିଁ । ଡ଼ଭା ପିଏସିଏସ୍‌ରେ ଉକ୍ତ ଆସାମୀ ସମବାୟ ବିଭାଗକୁ ଅର୍ଥ ବଳରେ କିଣି ନେଇ ସମ୍ପାଦକ ରୂପେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ କାଳ ସମିତିର କୋଟିଏ ଟଙ୍କା ହଡ଼ପ କରିଥିବା ବେଳେ ସମବାୟ ବିଭାଗକୁ ଚକମା ଦେବାକୁ ସଫଳ ହୋଇଥିଲା । ଝାରବନ୍ଧ ଖଟିଖିଆ ସଂଗଠନ ଏହି ଜାଲ କାରବାରର ପର୍ଦାଫାସ କରି ସମସ୍ତ ପ୍ରମାଣ ସମବାୟ ବିଭାଗକୁ ପ୍ରଦାନ କରିଥିଲେ । ସମବାୟ ବିଭାଗ ରାକେଶ ସାହୁଙ୍କୁ ବରଖାସ୍ତ କରି ସାରିଥିବା ବେଳେ ଅର୍ଥ ବଳରେ ଆଜି ସୁଦ୍ଧା ଗିରଫ ହେଉନାହିଁ । ବରଗଡ ଆରକ୍ଷୀ ଅଧିକ୍ଷକଙ୍କ ସହିତ ତା ୦୬/୦୨/୨୦୨୩ ଦିନ ଜଗଦଲପୁର ଥାନାରେ ଆମ ସଂଗଠନର ସଦସ୍ୟମାନଙ୍କ ସାକ୍ଷାତ ହୋଇଥିଲା । ସଂଗଠନର କଥାକୁ ଆରକ୍ଷୀ ଅଧିକ୍ଷକ ଶୁଣି ଆସାମୀକୁ କୋଟରେ ହାଜର କର ବୋଲି ଜଗଦଲପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ସୁଦ୍ଧା ଜଗଦଲପୁର ଥାନା ଅଧିକାରୀ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଖଟିଖିଆ ସଂଗଠନ ଜଗଦଲପୁର ଆଇଆଇସିଙ୍କ ସହ ବହୁବାର ଯୋଗାଯୋଗ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛି । ହେଲେ କର୍ଣ୍ଣପାତ କଲେ ନାହିଁ । ଅର୍ଥ ବଳରେ ବଳିଆନ ହୋଇ ରାକେଶ ସାହୁ ଖଟିଖିଆ ସଂଗଠନର ସଭାପତିଙ୍କୁ ଜୀବନରେ ମାରିଦେବା ଧମକ ମଧ୍ୟ ଦେଉଥବାର ଅଭିଯୋଗ କରିଛି ଖଟିଖିଆ ସଂଗଠନ । ସଭାପତିଙ୍କ ପରିବାର ପ୍ରତି ବିପଦ ଥିବା ବେଳେ ପୋଲିସର ନିଷ୍କ୍ରିୟତା ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ । ତେଣୁ ଶେଷରେ ବାଧ୍ୟ ହୋଇ ଝାରବନ୍ଧ ଖଟିଖିଆ ସଂଗଠନ ଆସନ୍ତା ତା ୧୪/୦୩/୨୦୨୩ ଦିନ ସକାଳ ୧୧ ଘଟିକାରୁ ଜଗଦଲପୁର ଥାନା ଘେରାଓ କରିବା ସହ ଧାରଣାରତ ହେବେ ଏବଂ ଏଥିରେ କୌଣସି ପ୍ରକାର ଅସୁବିଧା ହେଲେ ପ୍ରଶାସନ ଦାୟୀ ହେବେ ବୋଲି ଲିଖିତ ଭାବରେ ଜଣାଇଛନ୍ତି ।

Leave A Reply

Your email address will not be published.

twelve + 13 =