pakka

ଲୋୟର ସୁକତେଲ ଡେମ୍‌ ଓ କୁଟୁମ୍‌ଡୋଲା ଗ୍ରାମକୁ ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଏସ୍‌ପି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଏହାକୁ ନେଇ ସମସ୍ତ ବଲାଙ୍ଗିରବାସୀ ଖୁସି ବ୍ୟକ୍ତ କରୁଥିବା ବେଳେ ଆଜି ଏହି ଲୋୟର ସୁକତେଲ ଡେମ୍‌କୁ ମିଳିତ ଭାବେ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଳକର । ଏଠାରେ ଚାଲୁଥିବା କାମ ଗୁଡିକର ତଦାରଖ କରିବା ସହ ଏଠାକାର ବିଭିନ୍ନ ଜାଗା ବୁଲି ଦେଖିଥିଲେ ଜିଲ୍ଲାପାଳ ଓ ଏସ୍‌ପି । କୁଟୁମ୍‌ଡୋଲା ଗ୍ରାମରେ ହେଉଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ ଜିଲ୍ଲାପାଳ ଓ ଏସ୍‌ପି ।

Leave A Reply

Your email address will not be published.

two × one =