pakka

ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କଲା ବଳାଙ୍ଗିର ଯାଦବ ମହାସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ ଧୁମ୍‌ଧାମ୍‌ରେ ଦୋଳ ଉତ୍ସବ ପାଳନ କରୁଛି ବଳାଙ୍ଗିର ଯାଦବ ମହାସଭା । ଜୟ ମାଧବ, ଜୟ ଯାଦବ ନାରାକୁ ବହନ କରି ଦୀର୍ଘ ୧୭ ବର୍ଷ ହେଲା ଦୋଳ ଉତ୍ସବ ପାଳନ କରିଆସୁଛି ଯାଦବ ମହାସଭା । ଏହି କ୍ରମରେ ଗତକାଲି ସ୍ଥାନୀୟ ଯାଦବ ଭବନରେ କବିତା ଆସରର ଆୟୋଜନ ହୋଇଥିବା ବେଳେ କବିମାନେ କବିତାର କଲ୍ଲୋଲରେ ଦୋଳ ଉତ୍ସବକୁ ଆହୁରି ରଂଗୀନ କରିଥିଲେ । ଆଜି ପୂର୍ବାହ୍ନରେ ରାଧାକୃଷ୍ଣଙ୍କ ପାଲିଙ୍କି ସହ ଯାଦବ ଭବନରୁ ଦୋଳ ଶୋଭାଯାତ୍ରା ବାହାରି ସାରା ସହର ପରିକ୍ରମା କରିଛି । ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇ ଫଗୁ ଖେଳକୁ ରସାଣିତ କରିଥିବା ବେଳେ ଭାଇଚାରାର ପରମ୍ପରା ଦୋଳ ଉତ୍ସବରେ ସମସ୍ତେ ସାମିଲ୍‌ ହେବାକୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.

17 + fourteen =