pakka

ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଗଇଁନ୍ତଲା ପଞ୍ଚାୟତର ବ୍ରାହ୍ମଣୀପାଲି ଗ୍ରାମରେ ଗାଁ କମିଟିର ପ୍ରଚେଷ୍ଟା କ୍ରମେ ବ୍ରାହ୍ମଣୀପାଲିରେ ତ୍ରିଦିବସୀୟ ମେହେବୁବ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବଛା ବଛା ଖେଳାଳିଙ୍କୁ ନେଇ ୮ଟି ଦଳ ଗଠନ କରାଯାଇଥିଲା । ସେହି ୮ଟି ଦଳ ମଧ୍ୟରୁ ଜିକେ ୱରିଅର ଏବଂ ଏମ୍‌ଏମ୍‌ ଟାଇଗର ଫାଇନାଲ୍‌କୁ ପହଂଚି ଫାଇନାଲ୍ ଖେଳ ଖେଳିଥିଲେ । ଜିକେ ୱରିଅର ଦଳ ଫାଇନାଲ୍‌ରେ ୱିନର ହୋଇ ଟ୍ରଫି ହାସଲ କରିଥିଲା । ଫାଇନାଲ୍ ମ୍ୟାଚ୍‌ରେ ଆପ୍ ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ବିତରଣ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ଖେଳିବା ଦ୍ଵାରା ମଣିଷର କି କି ଉପକାର ହୁଏ ସେ ବିଷୟରେ ଖେଳାଳିମାନଙ୍କୁ କହିଥିଲେ ଶ୍ରୀ ପାଣ୍ଡେ । ଦିଲ୍ଲୀରେ ଖେଳାଳିମାନଙ୍କ ପାଇଁ ଏବଂ ଖେଳାଳିମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସ୍ପୋର୍ଟ୍ ୟୁନିଭର୍ସିଟି ଖୋଲାଯାଇଛି । କିନ୍ତୁ ଓଡ଼ିଶାରେ ନା ଖେଳାଳି ପାଇଁ ଗୁରୁତ୍ୱ ଦିଆଯାଉଛି ନା ଯୁବା ପାଇଁ ନା ଜନତାଙ୍କୁ ଗୁରୁତ୍ୱ ଦିଆଯାଉଛି ଖାଲି ଲୋକଙ୍କୁ ଶୋଷଣ କରାଯାଉଛି ବୋଲି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଥିଲେ । ଖେଳ ସମସ୍ତେ ଖେଳିବା ଦରକାର ବୋଲି ଆପ ନେତା ଶ୍ରୀ ପାଣ୍ଡେ କହିଥିଲେ । ଏହି ଖେଳର ଆୟାଜନ କରିଥିବାରୁ ଶ୍ରୀ ପାଣ୍ଡେ ଖେଳାଳିମାନଙ୍କୁ ଏବଂ ଅର୍ଗାନାଇଜ କମିଟିକୁ ଉତ୍ସାହିତ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 2 =