csstore

‘ପ୍ରତିଶ୍ରୁତି’ ସାହିତ୍ୟ ପତ୍ରିକା ଉନ୍ମୋଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ପବିତ୍ର ଦଶହରା ଉପଲକ୍ଷେ ‘ପ୍ରତିଶ୍ରୁତି’ ନାମରେ ଏକ ପୂଜା ବିଶେଷାଙ୍କ ସାହିତ୍ୟ ପତ୍ରିକା ଉନ୍ମୋଚନ ହୋଇଯାଇଛି । ଏଥିରେ ଓଡ଼ିଶାର ପରିଚିତ କବି ସୌଭାଗ୍ୟ କୁମାର ମିଶ୍ର ଏବଂ ଦେବଦାସ ଛୋଟରାୟଙ୍କ ଦୁଇଟି କାଳଜୟୀ କବିତା ସାଙ୍ଗକୁ ବାଲେଶ୍ୱରର ଯୁବ ଚିତ୍ରଶିଳ୍ପୀ କୁମାରୀ ଶ୍ରେୟା ମହାନ୍ତିଙ୍କ ସୁନ୍ଦର ରଙ୍ଗିନ ଚିତ୍ର, ଓଡ଼ିଶାର ତରୁଣ ସ୍ୱର ପୃଷ୍ଠାରେ ନିରୁପମା ବେହେରା, ଚିନ୍ମୟ ବାରିକ, କାହ୍ନୁ ଚରଣ ସାହୁଙ୍କ କବିତା ସହିତ ଗାଳ୍ପିକ ସୁବ୍ରତ କୁମାର ସେନାପତିଙ୍କ ଏକ ଚମତ୍କାର ଗଳ୍ପ ସ୍ଥାନ ପାଇଛି । ପ୍ରତିଶ୍ରୁତିକୁ ଥିମ୍ ରୂପେ ନେଇ ଅନେକ କବିଙ୍କ ସୁନ୍ଦର ସ୍ୱରଚିତ କବିତା ସ୍ଥାନ ପାଇଛି, ଯାହାକୁ ସମୀକ୍ଷା କରିଛନ୍ତି ପ୍ରବୀଣ କବି ଚିତ୍ତରଞ୍ଜନ ନାୟକ । ଅନୁଷ୍ଠାନର ମୁଖ୍ୟ ଦେବବ୍ରତ ଦେ, ପରେଶ ଦାସ, ଦେବବ୍ରତ ଜେନା, ରାଜେନ୍ଦ୍ର ଗିରି, ମୈତ୍ରେୟୀ କାମିଳା, ସାଧନା ପଣ୍ଡାଙ୍କ ଉପସ୍ଥିତିରେ କରୋନା ନିୟମକୁ ପାଳନ କରି ପତ୍ରିକା ଉନ୍ମୋଚିତ ହୋଇଥିଲା ।

jayashree
Leave A Reply

Your email address will not be published.