ବନୁପାଲି ଗ୍ରାମରେ ବଏଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ବନୁପାଲି ଗ୍ରାମରେ ଅନେକ ବର୍ଷ ଧରି ପାଳନ ହେଉଛି ବଏଲ ଯାତ୍ରା । ସମଲେଶ୍ବରୀ, ପାଟମାହେଶ୍ୱରୀ, ବୁଢାରଜା, ହନୁମାନ ଆଦି ଦେବତାମାନେ ବରୁଆ ଦେହରେ ଓହ୍ଲାଇ ଗ୍ରାମ ପରିଭ୍ରମଣ କରିଥାନ୍ତି । ଗ୍ରାମରେ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂରେଇ ଦିଅନ୍ତି, ବିଶ୍ୱାସ ରହିଛି । ଭକ୍ତମାନେ ଦୂରଦୂରାନ୍ତରୁ ଧାଇଁ ଆସନ୍ତି ଏହି ଯାତ୍ରା ଦେଖିବା ପାଇଁ । ଯାହାର କିଛି ବିପଦ ପଡିଥିଲେ ବରୁଆ ପାଖରେ ମାନସିକ କଲେ, ତାହା ପୁରା ହୋଇଥାଏ ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି । ଯାହାର ମାନସିକ ପୁରଣ ହେଲେ, ସେ ମାଆଙ୍କ ପାଖରେ ବଲି ଦିଏ । କାଲସି ମାନେ ପଞ୍ଚବାଦ୍ୟ ସୁରେ ନାଚି ଗାଁ ସାରା ବୁଲନ୍ତି । ବହୁତ ଧୁମଧାମରେ ପାଳନ ହୋଇଥାଏ ସକାଳରୁ ସନ୍ଧ୍ୟା ଯାଏ । ଏ ବର୍ଷ ମଧ୍ୟ ପାଳନ ହୋଇଛି ବଏଲ ଯାତ୍ରା, କିନ୍ତୁ କରୋନା କଟକଣାକୁ ଆଖିରେ ରଖି । ସାମାଜିକ ଦୂରତାକୁ ମାନିଛନ୍ତି । ଏହି ବଏଲ ଯାତ୍ରାରେ ରାଜକିଶୋର ରଥ, ସଚ୍ଚିଦାନନ୍ଦ ମେହେର, ଶିବ ସାହୁ, ହଲଧର ମେହେର, ବୃନ୍ଦାବନ ନାଗ, ରାମକୃଷ୍ଣ ମେହେର, ଶାନ୍ତିରାମ ଭୋଇ, ଶିବ ସାହୁ, ହଲଧର ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.