jayashree

ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପାଇଁ ଡେଲାଙ୍ଗ ଉତ୍ସବ ମୁଖର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି ଦାତା ଶ୍ରୀଗଣେଶଙ୍କୁ ପୂଜା କରିଥାଉଁ । ଶ୍ରୀଗଣେଶ ହେଉଛନ୍ତି ବିଦ୍ୟାର ଭଣ୍ଡାର, ବିଦ୍ୟା ଦାତା, ସିଦ୍ଧିଦାତା, ସର୍ବ ବିଘ୍ନ ବିନାଶ କାରୀ । ସନାତନ ଧର୍ମ ପରମ୍ପରା ଅନୁଯାୟୀ ପ୍ରଥମ ପୂଜ୍ୟ ହଉଛନ୍ତି ଗଣେଶ । ସେଥିପାଇଁ କୌଣସି ଶୁଭକାର୍ଯ୍ୟ ଯଥା- ବିବାହ, ଗୃହପ୍ରବେଶ, ବ୍ରତ-ସଂକଳ୍ପ, ହବନ -ପୂଜନ-ଯଜ୍ଞ ଆଦି ପ୍ରାରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ସ୍ମରଣ କରାଯାଏ । ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା କାର୍ଯ୍ୟପୂର୍ଣ୍ଣ ହୁଏ ଓ ସେଥିରେ ବାଧାବିଘ୍ନ ଗଣେଶ ଭଗବାନଙ୍କ ଦୟାରୁ ଦୂର ହୋଇଥାଏ । ଗଣେଶ ଚତୁର୍ଥୀର ପବିତ୍ର ଦିନରେ ଡେଲାଙ୍ଗର ସମସ୍ତ ପୁରପଲ୍ଲୀ, ସ୍କୁଲ, କଲେଜ, ଶିଶୁ ମନ୍ଦିର, ଅଙ୍ଗନାୱାଡି କେନ୍ଦ୍ର, ବୈଷୟିକ ଶିକ୍ଷାନୁଷ୍ଠାନ, କ୍ଲବ, କୋଚିଙ୍ଗ ସେଣ୍ଟର ସମେତ ବିଭିନ୍ନ ବଜାର କମିଟି ତଥା ବ୍ୟବସାୟୀ ସଂଘ ପକ୍ଷରୁ ସୁସଜ୍ଜିତ ମେଢ଼, ତୋରଣ ସାଙ୍ଗକୁ ଆକର୍ଷଣୀୟ ପୂଜାମଣ୍ଡପରେ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଘୋରଡିଆ ହାଟ ବଜାର, କଲ୍ୟାଣପୁର ବଜାର, ଡେଲାଙ୍ଗ ହାଟ ବଜାର, ବାୟା ବଜାର, ଡେଲାଙ୍ଗ ଷ୍ଟେସନ ବଜାର, ଇଂଦିପୁର ବଜାର, ଅରିଶଲ ବଜାର, ମୋଟରି ବଜାରର ବଣିକସଂଘ ତଥା ପୂଜା କମିଟି ପକ୍ଷରୁ ବହୁ ଆଡ଼ମ୍ବର ସହିତ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.