jayashree

ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର ‘ପ୍ରେମ ସାଗର’ ଉନ୍ମୋଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ତାଜ୍ ସୁର ସଂଗମ ପ୍ରଯୋଜିତ ତଥା ନିସାର ଅହମ୍ମଦ ନିସାରଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରେମ ସାଗର” ଲୋଇସିଂହା ବ୍ଲକ କନଫରେନ୍ସ ହଲ ଠାରେ ଉନ୍ମୋଚିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଶୋକ ମେହେର ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ଘାସିରାମ ମିଶ୍ର, କବି ଗଦାଧର ନିଆଲ, ସନ୍ଥ ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦକାହ୍ନା ପୂଝାରୀ, ବିଡିଓ ଅକ୍ଷୟ ପାଣି ଉଡୁ ଯୋଗ ଦେଇଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ରର ସମସ୍ତ କଳାକାର, ପ୍ରଯୋଜକ, ଟେକନିସିଏନ ସମସ୍ତଙ୍କୁ ସମ୍ୱର୍ଦ୍ଧିତ କରାଯିବା ପରେ ସିନେମା ପ୍ରଦର୍ଶିତ ହୋଇଥିଲା । ସମାଜରେ ନୂଆ ପିଢିର ପିଲାମାନେ ସଂସ୍କାରୀ ହେବାର ଆବଶ୍ୟକତା ସାଙ୍ଗକୁ ହିନ୍ଦୁ ମୁସଲିମ୍ ଭାଇଚାରାକୁ ଚଳଚ୍ଚିତ୍ରରେ ନିଖୁଣ ଭାବେ ଦର୍ଶାଯାଇଛି । ପରିଶେଷରେ ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.