pakka

ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲା ଜଣେ ଚୋର, ୪ ଫେରାର

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳ ମାଟୁପାଲି ଗାଁ ପାଖରେ ଲୁହା ଇଲେକ୍ଟ୍ରିକ ପୋଲ ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ଦ୍ୱାରା ଜଣେ ଚୋର ଧରାପଡି ଗାଁ ଲୋକେ ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି । ବାକି ୪ ଜଣ ଫେରାର ହୋଇ ଯାଇଛନ୍ତି, ଚୋରି କାମରେ ବ୍ୟବହାର ହେଉଥିବା ଗୋଟିଏ ବୋଲେରୋ ଗାଡି ଓ ଗେସ୍‌ କଟର ମଧ୍ୟ ଜବତ ହୋଇଛି । ଉଲୁଣ୍ଡା ଅଞ୍ଚଳରେ ନୂତନ ଗ୍ରୀଡ଼ କାମ ପାଇଁ ପୋତା ଯାଇଥିବା ଲୁହା ବିଦ୍ୟୁତ ପୋଲକୁ ଗେସ କଟର ମାଧ୍ୟମରେ କାଟି ଏମାନେ ଚୋରି କରୁଥିଲେ । ବିଳମ୍ବିତ ରାତିରେ ଏହି ଗେଙ୍ଗ ମାଟୁପାଲି ଠାରେ ଲୁହା ବିଦ୍ୟୁତ ଖୁଣ୍ଟ ଗେସ କଟର ଦ୍ୱାରା କାଟୁଥିବା ବେଳେ ଦେଖିଥିଲେ ଏବଂ ଗ୍ରାମବାସୀଙ୍କୁ ଦେଖି ୪ ଜଣ ଫେରାର ମାରିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲା । ଜଣକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି ଗାଁ ଲୋକେ । ପୂର୍ବରୁ ମଧ୍ୟ ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ନେଇ ଉଲୁଣ୍ଡା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଉଲୁଣ୍ଡା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅନ୍ୟ ଫେରାର ଅଭିଯୁକ୍ତକୁ ଖୋଜୁଛି ।

jay balangir
Leave A Reply

Your email address will not be published.

twelve + five =