ବିଧାନସଭା ସାମ୍‌ନାରେ ନିରାଶ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ସାମ୍‌ନାରେ ନୟାଗଡ଼ର ଏକ ନିରାଶ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମାହୂତି ଉଦ୍ୟମ କରିଛନ୍ତି । କିନ୍ତୁ ଠିକ୍‌ ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ନୟାଗଡ଼ରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାର ନିଖୋଜ ପରେ ତା’ର ମୃତଦେହ ମିଳିଥିଲା । ୫ ବର୍ଷୀୟା ଝିଅର ହତ୍ୟା ବାପାମାଆଙ୍କୁ ମର୍ମାହତ କରିଦେଇଥିଲା । ଏହି ଘଟଣାକୁ ଅନେକ ଦିନ ବିତି ଯାଇଥିଲେ ବି ଏପର୍ୟ୍ୟନ୍ତ ହତ୍ୟାକାରୀର ସନ୍ଧାନ ପାଇ ପାରିନାହିଁ ପୁଲିସ୍ । ତେବେ ନ୍ୟାୟ ଦାବୀରେ ନାବାଳିକାର ବାପାମା’ ଆଜି ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମ କରିଥିବା କୁହାଯାଇଛି ।

Leave A Reply

Your email address will not be published.