ଆମେରିକାର ଘାତକ ଯୁଦ୍ଧ ବିମାନ F-35 ପକାଇଲା ପରମାଣୁ ବୋମା

ୱାଶିଂଟନ୍ : ଚୀନ୍ ଏବଂ ରୁଷ୍‌ ସହ ମୁହାଁମୁହିଁ ସମୟରେ ଆମେରିକା ପ୍ରଥମ ଥର ପାଇଁ ନେଭାଡା ମରୁଭୂମିରେ ମାରାତ୍ମକ ଯୁଦ୍ଧବିମାନ F-35 ‌ଦ୍ୱାରା ପରମାଣୁ ବୋମା ପକାଇବା ପରୀକ୍ଷା କରିଛି । ଏହି ପରୀକ୍ଷଣ ସମୟରେ, F-35 ପରମାଣୁ ବୋମା B61-12 ପକାଇଛି । ଏହି ପରମାଣୁ ବୋମା ସୁପ୍ତ ଅବସ୍ଥାରେ ରହିଥିବା ବେଳେ ଏହା ବିସ୍ଫୋରଣ ହୋଇନଥିଲା । ଆମେରିକାର ସୈନ୍ୟବାହିନୀ ପ୍ରଥମ ଥର ପାଇଁ ପରମାଣୁ ବୋମା ଖସିବାର ଏକ ଭିଡିଓ ଜାରି କରିଛି ।

ଆମେରିକୀୟ ସେନା ଅନୁଯାୟୀ, ଅଗଷ୍ଟ ୨୫ ରେ, F-35 ଯୁଦ୍ଧ ବିମାନ ନେଭାଦାରେ ପରମାଣୁ ବୋମା ପକାଇବା ଅଭ୍ୟାସ କରିଥିଲା । F-35 ହେଉଛି ପ୍ରଥମ ସୁପରସୋନିକ୍ ଯୁଦ୍ଧ ବିମାନ, ଯାହା ଭିତରେ ପରମାଣୁ ବୋମା ଲୁଚାଇବାକୁ ସକ୍ଷମ । ଏହି ସାମର୍ଥ୍ୟ ହେତୁ ବର୍ତ୍ତମାନF-35 ଜେଟ୍ ରାଡାର ଦ୍ୱାରା ଧରାପଡି ନ ପାରି ଶତ୍ରୁ ଦେଶ ଉପରେ ଆଣବିକ ଆକ୍ରମଣ କରିବାରେ ସକ୍ଷମ ହୋଇପାରିବାର ସାମର୍ଥ୍ୟ ରଖିଥିବା କୁହାଯାଇଛି ।

Leave A Reply

Your email address will not be published.