pakka

ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ ଉଦ୍‌ଯାପିତ

bbehera

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ୟାଳୟ ତରଫରୁ ନିତି ଦିନିଆ ହେଉଥିବା ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତିନିଦିନ ବ୍ୟାପୀ ‘ରକ୍ଷକ’ ତାଲିମ ଆୟୋଜିତ ହୋଇଯାଇଛି । ଆଜି ବୁଧବାର ସ୍ଥାନୀୟ ଖରଝୁରାର ଜୟ ଜଗନ୍ନାଥ ହାଇସ୍କୁଲ ପରିସରରେ ରକ୍ଷକ ତାଲିମ ଉଦ୍‌ଯାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାରେ ୧୩ ଗୋଟି ଆକସିଡେନ୍‌ଟ ବା୍ଲକ୍‌ ସ୍ପଟ ନିକଟରେ ବସବାସ କରୁଥିବା ଚା ଦୋକାନୀ, ପାନ ଦୋକାନୀ, ହୋଟେଲ ମାଲିକ, ଢାବା ମାଲିକ, ଯୁବ ଗୋଷ୍ଠୀର ସ୍ୱେଚ୍ଛାସେବୀମାନଙ୍କୁ ରକ୍ଷକ ତାଲିମ ପ୍ରଦାନ କରାଇଥିବାରୁ ଖୁସି ପ୍ରକାଶ କରିଥିଲେ । ରକ୍ଷକ ତାଲିମ ଗ୍ରହିତା ପ୍ରାଥମିକ ସେବା ପ୍ରଦାନକାରୀ ବ୍ୟକ୍ତି (ଫାଷ୍ଟ ରେସପନ୍‌ଡର)ମାନେ ତାଙ୍କ ସାମ୍‌ନାରେ ଦୁର୍ଘଟଣାରେ ଆହାତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରାଥମିକ ସେବା ପ୍ରଦାନ କରି ତୁରନ୍ତ ହସପିଟାଲକୁ ସ୍ଥାନାନ୍ତର କରାଇବେ ଏବଂ ଗୋଲଡେନ୍‌ ଆୱାର ମଧ୍ୟରେ ଡାକ୍ତରି ଚିକିତ୍ସା କରାଇ ସେମାନଙ୍କ ଜୀବନକୁ ରକ୍ଷା କରିବାରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ପରିବହନ ଅଧିକାରୀ ସିବାଶିଷ ସାହୁ ସଭାକାର୍ଯ୍ୟକୁ ପରିଚାଳନା କରିଥେଲେ । ପ୍ରଥମ ଦିନରେ ଡୁଙ୍ଗୁରିପାଲି ହାଇସ୍କୁଲ, ବାଙ୍କିପାଲି ହାଇସ୍କୁଲ, ଦ୍ୱିତୀୟ ଦିନରେ ରାମପୁର ଜୁନିଅର ମହିଳା ପ୍ଲସ୍‌ ଟୁ ମହାବିଦ୍ୟାଳୟ, ପଂଚାୟତ ସମିତି ହାଇସ୍କୁଲ , ଉଲୁଣ୍ଡାରେ ରକ୍ଷକ ତାଲିମ ଆୟୋଜିତ ହୋଇଥିଲା । ସୁବର୍ଣ୍ଣପୁର ଜଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ରାମପୁର ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ରୂପବନ୍ତ ପଧାନ, ସୁନାପାଲି ହାଇସ୍କୁଲର କାଉନସିଲର ସସ୍ମିତା ସାହୁ, ସାଧପାଲି ପ୍ରାଥମିକ ସ୍କୁଲର ଜୁନିଅର ରେଡକ୍ରସ କାଉନସିଲର ତପସ୍ୱିନୀ ଦାସ, ସୁବଲୟା ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ଚନ୍ଦ୍ରମଣି ବାଘ, ଖରଜୁରା ହାଇସ୍କୁଲର ପରାମର୍ଶଦାତା ଚନ୍ଦ୍ର ଶେଖର ମହାପାତ୍ର, ପ୍ରତାପପୁର ଅପର ପ୍ରାଇମେରି ସ୍କୁଲର ପରାମର୍ଶଦାତା ଗୋପେଶ ପଣ୍ଡା ରକ୍ଷକ ମାଷ୍ଟର ଟ୍ରେନର ଭାବରେ ଯୋଗଦେଇ ଜିଲ୍ଲାର ୧୧ ଗୋଟି ଆକସିଡେଂଟ ବ୍ଲାକ ସ୍ପଟର ପ୍ରାୟ ୪୫୦ ଜଣ ବ୍ୟକ୍ତିଙ୍କୁ ପ୍ରଥମ ସାହାଯ୍ୟକାରୀର ସେବା, ୧୧୨ ଏମାରଜେନସି ନମ୍ବର ଉପ ଯୋଗ, ଡିଆରଏବିସି, ରକ୍ତସ୍ରାବ, ଗୁଡ ସମରିତାନ , ସୋଲାସିଅମ ଫଣ୍ଡ, ସିପିଆର, ରକ୍ତସ୍ରାବ, ଅସ୍ଥିଭଗ୍ନ, ବ୍ୟାଣ୍ଡେଜ ବିଷୟରେ ତାଲିମ ଦେଇଥିଲେ । ଆଗାମୀ ଦିନରେ ଏହି ବ୍ୟକ୍ତିମାନେ ତାଙ୍କ ସାମନାରେ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିର ପ୍ରାଥମିକ ଚିକିତ୍ସା ଦେବା, ୧୧୨ ଏମରଜେନୠସି ନମ୍ବରକୁ ଡାଏଲ କରିବା ଏବଂ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ହସପିଟାଲ ପଠାଇ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବଂଚାଇବାକୁ ପ୍ରୟାସ କରିବେ । କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଟ୍ରକ ଓନର ଏସୋସିଏସ୍‌ନ ପ୍ରେସିଡେଂଟ ମୃତ୍ୟୁଞ୍ଜୟ ମିଶ୍ର, ପ୍ରଧାନଶିକ୍ଷକ ବୈଶାଖୁ ପଧାନ, ନବିନ କୁମାର ପାଢୀ, ପ୍ରଶନ୍ନ କୁମାର ସତପଥି, ସାଧନକର୍ମି ହୃଷିକେଶ ଡାଙ୍କ, ସୋନପୁର ଆରଟିଓ ଅଫିସର କର୍ମଚାରୀ ଚିତ ରଂଜନ ଭୋଇ, ଆନନ୍ଦ ଚନ୍ଦ୍ର ମିଶ୍ର, ରତ୍ନାକର ବେଶ୍ରା, ରବିନ୍ଦ୍ର ଦଲାଇ, ଅବିନାଶ ଭୋଇ, ସରିତା ଲାକ୍ରା, ଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ସହ ଯୋଗ କରିଥିଲେ ।

Leave A Reply

Your email address will not be published.

16 − four =