jsm

ବେଆଇନ ଚାଲାଣ ବେଳେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘଦିନ ଧରି ପାଟଣାଗଡ଼ ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଆଜି ପାଟଣାଗଡ଼ ତହସିଲ ଅଫିସ ପକ୍ଷରୁ ରାମପୁର ନିକଟରେ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଏନେଇ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ପାଟଣାଗଡ଼ କଉଡ଼ିଆ ନିକଟରେ ଥିବା ସୁବର୍ଣ୍ଣରେଖା ନଦୀରୁ ବାଲି ଅଣାଯାଉଥିବା ଖବର ପାଇ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ତହସିଲଦାର ଏକ ଇନଫୋର୍ସମେଣ୍ଟ ଦଳ ୪ଟି ବାଲି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ଉ କରି ଆବଶ୍ୟକ କାଗଜପତ୍ର ମାଗିବାରୁ ସେମାନେ କାଗଜପତ୍ର ଦାଖଲ କରି ନଥିଲେ । ଉକ୍ତ କାଗଜପତ୍ରରେ ସଠିକ ଭାବରେ ତାରିଖ ଓ ନିର୍ଦ୍ଧାରିତ ସମୟ ଉଲ୍ଲେଖ ନଥିବାରୁ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି ବୋଲି ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି ।

yuvodaya
Leave A Reply

Your email address will not be published.