pakka

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର୍‌ ଲିଗ୍‌ ଉଦ୍‌ଯାପିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର ଯୁବ କଳାକାର ସଂଘର ଅଲ୍‌ ଓଡିଶା ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ-୩ ଉଦ୍‌ଯାପିତ ହୋଇଯାଇଛି । ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସୁପ୍ରିମ୍‌ ଟାସ୍କ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଅଜିତ ପାଲ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ନିହାଲ ସିଂ, ସନ୍ଦିପ ବାଗ, ସୋମନାଥ ମିଶ୍ର, ବିକାଶ ସା ଓ ବିଶିଷ୍ଟ କଳାକାର ନବୀନ କୁଅଁର, ଅନୀତା ତ୍ରିପାଠୀ, ଶିବଶଙ୍କର ପଧାନ ଓ ଅଞ୍ଜନ ଯୋଗ ଦେଇଥିଲେ । ଆଜିର ଫାଇନାଲ୍‌ ମ୍ୟାଚ୍‌ ଆର୍‌ସି ଚେଲେଞ୍ଜର ଓ ରକ୍‌ଷ୍ଟାର୍‌ ୱାରିଅର ମଧ୍ୟରେ ହୋଇଥିବା ବେଳେ ରକ୍‌ଷ୍ଟାର୍‌ ୱାରିଅର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଗୋପାଳ ପ୍ରଧାନ, ଏସ୍‌. ସରୋଜ, ସମିର, ଅଜୟ ନାଗ, ମିଲି ବାରିକ, ଶଶି, ରାଜ ସିନ୍ଧ୍ରିୟା, ଶ୍ରୀକାନ୍ତ ବାଗ, ଦେବେନ ସାହୁ, ବିନୟ ସୁନା, ସାଗର କୁମ୍ଭାର, ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ଅମିତ ମଛଖଣ୍ଡ, ହୃଦୟ ଶବର, ସଂଗୀତ ସାହୁ, ସୁଦର୍ଶନ ବାଗ, ମନ୍‌ସି ସୋରେନ, କଳାକୃଷ୍ଣ ସାହୁ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

18 − four =

error: Content is protected !!