csstore

ଛତ୍ରପୁର ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ୧୦ତମ କ୍ରୀଡ଼ା-ମହୋତ୍ସବ ସମାରୋହ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଗତ ଗୁରୁବାର ପୂର୍ବାହ୍ନରେ ଚିତ୍ତାକର୍ଷକଭରା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନୀ ଦିବସରେ ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ କ୍ରୀଡାବିତ୍ ତଥା ବିଶିଷ୍ଟ ଅବସରପ୍ରାପ୍ତ ସେନାବାହିନୀର ହାବିଲ୍‌ଦାର୍‌ ସିମାଞ୍ଚଳ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ସମାରୋହରେ ଦିବ୍ୟ-ଜ୍ୟୋତି ଶିଖା ଜଳାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଛତ୍ରପୁର ୟୁନିୟନ ବ୍ୟାଙ୍କ୍ ମ୍ୟାନେଜର ନଳିନୀ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କୁନିକୁନି ଛାତ୍ରଛାତ୍ରୀମାନେ ଜୁନିୟର ବିଭାଗ ଅନ୍ୟମାନଙ୍କୁ ସିନିୟର୍ ବିଭାଗରେ ବିଭକ୍ତ କରାଯାଇ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଖୋ-ଖୋ, କବାଡି, ଦୌଡ଼, ଫୁଟ୍‌ବଲ୍, ଟାୟାର ଗେମ୍, ଅଖାଡିଆଁ, ବେଙ୍ଗଡିଆଁ, ଆଦି ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପାନୀ ଉତ୍ସବରେ ପୂର୍ବତନ ଛତ୍ରପୁର ଅନ୍‌-ସ୍ଲୋ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଡ୍ରିଲ୍ ଶିକ୍ଷକ କେଦାର ସାହୁ, ଅବସରପ୍ରାପ୍ତ ବିଇଓ ନରସିଂହ ମିଶ୍ର, ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ, ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ଆଚାରୀ, ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅତିଥିମାନେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଚେୟାରମେନ ବୀରସେନ ବେହେରା ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଏବଂ ଉପସ୍ଥିତ ସମସ୍ତ ଅଭିଭାବକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ସଭିଁଙ୍କର ଶୁଭକାମନା କରିଛନ୍ତି । ଅନୁଷ୍ଠାନର ଭାଇସ୍- ଚେୟାରମ୍ୟାନ ସ୍ମୃତିରେଖା ବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । କ୍ରୀଡ଼ା ଶିକ୍ଷକ ସି.ଏଚ୍‌. ଅରବିନ୍ଦ କୁମାର ଶେଷରେ ଧନ୍ୟବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.