om academy

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

jsm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ତତ୍ୱାବଧାନରେ ଓ ଏସ୍‌ଏମ୍‌ସି ସଭାପତି ରାଏସିଙ୍ଗ ପାତ୍ରଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ବୁଧବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ସାମ୍ବାଦିକ ତଥା ସମାଜସେବୀ ପ୍ରଦୀପ କୁମାର ସାହୁ ଓ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ହକି ପୁରୁଷ ବିଶ୍ୱକପ ଓ କ୍ରୀଡା ଉପରେ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ଅରୁଣ କୁମାର ଭୋଇ କ୍ରୀଡା ପରିଚାଳନା କରିଥିବା ବେଳେ ମିନିକେତନ ସୁନା ମଞ୍ଚ ପରିଚାଳନା ଓ ହିମାଦ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ୍‌, ଜେଭ୍‌ଲିନ୍‌ ଥ୍ରୋ, ହକି ଅନ୍ୟାନ୍ୟ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ମନୋନୀତ ହୋଇଥିଲେ । ଏଥିରେ ଶିକ୍ଷକ ବଗରୁ ବାହାନ ଭୋଇ, ଭଗବାନ ଧାରୁଆ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ଶୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ, ଅରୁଣବାଲା ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.

3 × three =