jsm

ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା କୋଶଲୀ ନାଟକ ‘କିଞ୍ଚିତ୍‌ ଭୋଗମ୍‌’

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି କୋଶଲୀ ନାଟକ ‘କିଞ୍ଚିତ୍‌ ଭୋଗମ୍‌’ । ବୋଡେ଼ନ୍‌ ନିକଟସ୍ଥ କେରାପଦରର ଜ୍ଞାନୋଦୟ ଅନୁଷ୍ଠାନ ଏହି ନାଟକକୁ ପରିବେଷଣ କରିଥିବା ବେଳେ କେଶରଂଜନ ପ୍ରଧାନଙ୍କ ଲିଖିତ ତଥା ଚିତ୍ତରଂଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ଏହି ନାଟକ ଦର୍ଶକମାନଙ୍କୁ ଏକ ନୂତନ ସ୍ୱାଦ ପ୍ରଦାନ କରିବାରେ ସଫଳ ହୋଇପାରିଛି । ନାଟକ ପରିବେଷଣ ପୂର୍ବରୁ ଅନୁଷ୍ଠିତ ସାଧାରଣ ସଭାରେ ମଞ୍ଚ ମଣ୍ଡନ କରିଥିଲେ ଭୀମଭୋଇ ମେଡ଼ିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ସବିତା ମହାପାତ୍ର, ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ‘ଭୂମିକା’ର ବରିଷ୍ଠ ସଦସ୍ୟ ମହେନ୍ଦ୍ର ମଲ୍ଲିକ ଓ ରାଜୀବ ଲୋଚନ ଆଚାର୍ଯ୍ୟ । ଆଜିର ସଂଧ୍ୟାରେ ବିଶିଷ୍ଟ ମହିଳା ଶିକ୍ଷା ପ୍ରସାରିକା ଶ୍ରୀମତୀ ସୁମତୀ ସା’ଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସ୍ୱର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ନାମରେ ମଂଚ ସମର୍ପଣ କରାଯାଇଛି । ସାଧାରଣ ସଭା ପୂର୍ବରୁ ବଲାଙ୍ଗିରର ତୁଳସୀ ସଂଗୀତ ନାଟକ ଏକାଡେ଼ମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜାଇଫୁଲ’ ପରିବେଷଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.