oom

ସଂକ୍ରୀ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ତୃତୀୟ ବର୍ଷ ଅବସରରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କରୀ ମହାଦେବ ପଡା, ଶଙ୍କରୀ ହନୁମାନ ପଡା, ଶଙ୍କରୀ ମନ୍ଦିର ପଡା, ଟଙ୍କପାଣି, ତୁମୁରିପାଣି, କୁତ୍ରାମାଲ, ଘେସ୍, ମସାନକୁଣ୍ଡା, ନିମନ୍ତ୍ରିତ ଦଳମାନେ ଅଂଶଗ୍ରହଣ କରିଥିଲେ । ଏହି ଯଜ୍ଞରେ କର୍ତ୍ତା ହୃଦୟାନନ୍ଦ ପାଣ୍ଡେ ତାଙ୍କର ସହଧର୍ମିଣୀ ଓ ବିପିନ ପାଣ୍ଡେ ତାଙ୍କର ସହଧର୍ମିଣୀ ବସିଥିଲେ । ସମସ୍ତ ଦଳକୁ ଶଙ୍କରୀ ଗ୍ରାମ ତରଫରୁ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା । ଗ୍ରାମର ଦିଗାମ୍ବର ସାହୁ, କିଶୋର ପ୍ରଧାନ, ଗଣେଷ ପଟେଲ, ଲୁଚନ ପାଣ୍ଡେ, ମିନୋଜ ପାଣ୍ଡେ, ବୈବ ରଣା, ଯତୀନ୍ଦ୍ର ହାତୀ, ଅଜିତ ମାହାକୁର, ଅକ୍ଷୟ ପାଣ୍ଡେ, କୃଷ୍ଣ ହାତୀ ପ୍ରମୁଖ ସହଯୋଗରେ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଶାନ୍ତିପୂର୍ଣ୍ଣ ସହ ସମାପ୍ତ ହୋଇଥିଲା ।

jittmm
Leave A Reply

Your email address will not be published.