jayashree

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ ସାଗରରରେ ଏବେ କାମ ଚାଲିଛି । ସାଗରର ସୌନ୍ଦର୍ୟ୍ୟକରଣ କାମ ଚାଲିଥିବା ବେଳେ ମାଟି ଖୋଲା ଯାଇ ହାଇୱାରେ ମାଟି ବାହାରକୁ ନିଆଯିବା ପାଇଁ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତାରେ ଜଣେ ଯୁବକର ମୃତଦେହ ଅପରାହ୍ନରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତଦେହ ସମ୍ପୂର୍ଣ ଭାବେ ମାଟି ବାଲିରେ ପରିପୂର୍ଣ୍ଣ ହୋଇପଡ଼ିଥିବା ଦେଖାଯାଇଥିଲା । ତେବେ ମୃତ ଯୁବକର ପରିଚୟ ମିଳିନଥିବା ବେଳେ ମାଟି କାଢୁଥିବା ହାଇୱା ଧକ୍କାରେ ଯୁବକର ମୃତ୍ୟୁ ହୋଇଛି ନା କୌଣସି ଘଟଣା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି ତାକୁ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲାରେ ୪୮ ଡିଗ୍ରୀ ଖରା ଥିବାବେଳେ ସରକାରଙ୍କ ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । ଟିଟିଲାଗଡ଼ରେ ପ୍ରଚଣ୍ଡ ତାତି ଯୋଗୁ ଅଂଶୁଘାତର ଶିକାର ହୋଇ ଯୁବକର ମୃତ୍ୟ ଘଟିଛି ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ତେବେ ମୃତ ଯୁବକର ପରିଚୟ ମିଳିନଥିବା ବେଳେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାର ଶବ ଗୃହର ଫ୍ରିଜର ଭିତରେ ରଖିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି । ତେବେ ମୃତବ୍ୟକ୍ତି ଜଣକ ଅଣ ଓଡିଆ ଶ୍ରମିକ ହୋଇଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.