pakka

ବଡମ୍ବା ମହାନଦୀରୁ ଘଡିଆଳ କୁମ୍ଭୀର ଛୁଆ ଉଦ୍ଧାର

bbehera

ବଡ଼ମ୍ବା : ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁରରେ ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀର ଛୁଆ ଉଦ୍ଧାର କରାଯାଇଥିବା ଜଣାପଡିଛି । ଚଳିତ ବନ୍ୟା ପରେ ମହାନଦୀରେ ସାତକୋଶିଆ ଅଭୟାରଣ୍ୟରୁ ଅନେକ କୁମ୍ଭୀର ଭାସି ଆସିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଏହାକୁ ମିଶାଇ ବଡ଼ମ୍ବା ଅଞ୍ଚଳରୁ ଏହିଭଳି ଦୁଇଟି କୁମ୍ଭୀର ଛୁଆ ଉଦ୍ଧାର କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ସୂଚନାନୁଯାଇ, ନଦୀରେ ମାଛ ଧରୁଥିବା ବେଳେ ଉକ୍ତ କୁମ୍ଭୀରଟି ସ୍ଥାନୀୟ ମାଛ ଧରାଳିଙ୍କ ଜାଲରେ ପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ବଡ଼ମ୍ବା ବନାଞ୍ଚଳ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଗୋପୀନାଥପୁର ଯାଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ତେବେ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବଙ୍କ ପରାମର୍ଶ କ୍ରମେ ଉଦ୍ଧାର କରାଯାଇଥିବା କୁମ୍ଭୀର ଛୁଆକୁ ସଙ୍ଗେସଙ୍ଗେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇଥିଲା । ଉଦ୍ଧାର କରାଯାଇଥିବା କୁମ୍ଭୀର ଛୁଆଟି ପ୍ରାୟ ବର୍ଷକର ଏବଂ ଏହାର ଲମ୍ବ ୯୦.୫ ସେ.ମି ହୋଇଥିବା ବେଳେ ଓଜନ ୧୧୦୦ଗ୍ରାମ ବୋଲି ଜଣାପଡ଼ିଛି । ବନ୍ୟାରେ ବହୁସଂଖ୍ୟାରେ କୁମ୍ଭୀର ଭାସି ଆସିଥିବାରୁ ନଦୀକୂଳବାସୀ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

jay balangir
Leave A Reply

Your email address will not be published.

two × two =