jsm

ବୀରମାଲ ଛକରେ କୃଷି ଓ କୃଷି ଜାତ ଦ୍ରବ୍ୟର ବିପଣୀ ଉଦ୍‌ଘାଟିତ

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବୀରମଲର ଚାରିଛକଠାରେ ଓରମାସ ଏବଂ ମିଶନ ଶକ୍ତି ବିଭାଗର ସହାୟତାରେ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଦ୍ୱାରା ପରିଚାଳିତ କୃଷି ଓ କୃଷି ଜାତ ଦ୍ରବ୍ୟର ବିପଣୀକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉଦ୍‌ଘାଟନ କରିଛନ୍ତି । ଏହି ଆଉଟ୍ ଲିଟ ବା ବିପଣୀ କେନ୍ଦ୍ରରେ ମୁଖ୍ୟତଃ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ସହିତ ଅଂଚଳର ଚାଷୀମାନଙ୍କୁ ଉପଯୁକ୍ତ ବଜାର ଯୋଗାଇଦେବାର ବ୍ୟବସ୍ଥା ରହିଛି । ଏହି ଅଂଚଳର ପ୍ରାୟ ୧୦ଟି ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ନେଇ ଗଢି ଉଠିଥିବା ଉତ୍ପାଦନ କମ୍ପାନୀ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବା ସହିତ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ଜୈବିକ ଖତ, ସାର, କୀଟ ନାଶକ, କୃଷି ଉପକରଣ ଯନ୍ତ୍ରପାତି ଯୋଗାଇବା ସହିତ କୃଷି ପ୍ରଣାଳୀ ସମ୍ପର୍କିତ ପରାମର୍ଶ ଓ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ମଧ୍ୟ ଆଗକୁ କରାଯିବ ବୋଲି ସୂଚନା ଦେଇଥିଲେ ବିଭାଗୀୟ ଅଧିକାରୀ । ସେହିପରି ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉଚିତ ମୂଲ୍ୟରେ ବିକ୍ରୟରେ ଏହା ସହାୟକ ହେବ ବୋଲି ସେ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓରମାସର ପରିଚାଳକ ରାଜ ଗୋପାଳ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ ।

yuvodaya
Leave A Reply

Your email address will not be published.