pakka

କଟକ ହାଇକୋର୍ଟ ବାର ଏସୋସିଏସର ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀର ବିରୋଧକୁ ବଲାଙ୍ଗିର ଏକ୍ସନ କମିଟିର ତୀବ୍ର ନିନ୍ଦା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରି ବୈଠକ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଗତ ମେ ୧୮ ତାରିଖରେ ଅନୁଷ୍ଠିତ କଟକ ହାଇକୋର୍ଟ ବାର ଏସୋସିଏସନର କାର୍ଯ୍ୟକାରିଣୀ ବୈଠକରେ ପଶ୍ଚିମ ତଥା ଦକ୍ଷିଣ ଓଡିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ବିରୋଧ ଏବଂ ଏକ କମିଟି ଗଠନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଉଦ୍ୟମକୁ ଗତକାଲି ବଲାଙ୍ଗିର ଏକ୍ସନ କମିଟିର ବୈଠକରେ ତୀବ୍ର ନିନ୍ଦା କରାଯିବା ସହ ଏପରି ପଦକ୍ଷେପ ନିଆଁ ସାଙ୍ଗରେ ଖେଳିବା ସହ ସମାନ ବୋଲି ଚେତାବନୀ ଦିଆଯାଇଥିଲା ।

ଜସବନ୍ତ ସିଂ କମିଶନ(୧୯୮୨), ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଦୂର ଦୁରାନ୍ତରୁ ଆସୁଥିବା ଜନସାଧାରଣଙ୍କ ସୁବିଧା ତଥା କମ ଖର୍ଚ୍ଚରେ ଆଇନ ସେବା ଯୋଗେଇବା ପାଇଁ ପଶ୍ଚିମ ତଥା ଦକ୍ଷିଣ ଓଡିଶାରେ ହାଇକୋର୍ଟର ପରମାନେଣ୍‌ଣ୍ଟ ବେଞ୍ଚ ପ୍ରତିଷ୍ଠା କରିବା ନିହାତି ଜରୁରୀ । ଏତତ ବ୍ୟତୀତ ବଲାଙ୍ଗିରରେ ସ୍ୱାଧୀନତା ପୂର୍ବରୁ ହାଇକୋର୍ଟ ଥିଲା, ଯାହାର ପୁନଃ ପ୍ରତିଷ୍ଠା ଦାବୀରେ ବଲାଙ୍ଗିର ବାର ଏସୋସିଏସନ୍‌, ବଲାଙ୍ଗିର ଏକ୍ସନ କମିଟି ତଥା ଅନ୍ୟାନ୍ୟ ସଙ୍ଗଠନ ଏବଂ ବଲାଙ୍ଗିରର ଜନସାଧାରଣ ବହୁ ବର୍ଷ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଆସୁଛନ୍ତି ।

କିନ୍ତୁ କଟକ ହାଇକୋର୍ଟର କିଛି ନ୍ୟାସ୍ତସ୍ୱାର୍ଥ ଆଇନଜୀବୀ ନିଜର ପତିଆରା ତଥା ଆର୍ଥିକ ସ୍ୱାର୍ଥକୁ ଆଖିରେ ରଖି ଏବଂ ଦୂର ଦୂରାନ୍ତରୁ ଆସୁଥିବା ଜନତାଙ୍କୁ ଶୋଷଣ କରିବା ଲକ୍ଷ୍ୟରେ, ହାଇକୋର୍ଟର ପରମାନେଣ୍‌ଣ୍ଟ ବେଞ୍ଚ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ହେବାକୁ ବିରୋଧ କରି ଆସୁଛନ୍ତି । ଏଭଳି ଛଳନାତ୍ମକ ତଥା ବିଦ୍ୱେଷ ସୃଷ୍ଟିକାରୀ ପଦକ୍ଷେପ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତେଜିତ କରିବା ସଙ୍ଗେ ସଙ୍ଗେ ନିଆଁରେ ଘିଅ ଢାଳିବା ସହ ସମାନ ବୋଲି କମିଟି ଚେତାବନୀ ଦେଇଛି ।

ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଯିଜୁଙ୍କ ଏନେଇ ଦେଇଥିବା ପତ୍ରକୁ ନେଇ ଓଡିଶା ସରକାର କୌଣସି ଠୋସ ପଦକ୍ଷେପ ନନେବା ଏବଂ ଜାଣିଶୁଣି ଏହି ପ୍ରକ୍ରିୟାକୁ ବିଳମ୍ବିତ କରିବା, ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିବା ସହ ଅଲଗ କୋଶଲ ରାଜ୍ୟ ଆନ୍ଦୋଳନକୁ ତୀବ୍ର କରିବାରେ ଇନ୍ଧନ ଯୋଗଉଛି ବୋଲି କମିଟି ଚେତାବନୀ ଦେଇଛି । ଏହି ବୈଠକରେ ସ୍ଥିର ହେଲା ଯେ, ଆସନ୍ତା ୨୩ ମଇ(ସୋମବାର), ଦିବା ୯ ଘଣ୍ଟା ସମୟରେ ବଲାଙ୍ଗିର କଚେରୀ ଛକ ସମ୍ମୁଖରେ ଏକ୍ସନ କମିଟି ତଥା ବଲାଙ୍ଗିରର ସମସ୍ତ ଅଗ୍ରଣୀ ସଙ୍ଗଠନ ଏକତ୍ରିତ ହୋଇ କଟକ ବାର ଏସୋସିଏସନ୍‌ର ଏହି ପଦକ୍ଷେପର ଦୃଢ଼ ନିନ୍ଦା କରିବା ସହ, ହାଇକୋର୍ଟର ପରମାନେଣ୍‌ଣ୍ଟ ବେଞ୍ଚ ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାରେ ତୁରନ୍ତ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ତଥା ଓଡିଶା ହାଇ କୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଯିବ । ଏହି ବୈଠକରେ କମିଟିର ଉପ ସଭାପତି ମୁନା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଭବାନୀ ଶତପଥୀ, ଗିରିଶ ସିଂହଦେଓ, ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ, ରବି ଖମାରି, ପ୍ରମୋଦ ସାହୁ, ଅନୁରାଗୀ ନାହାକ, ନରେଶ ଅଗ୍ରୱାଲ, ଇନ୍ଦ୍ରମଣି ବରଡ ଦେଇ ନିଜ ମକ୍ତବ୍ୟ ରଖିଥିଲେ ।

jay balangir
Leave A Reply

Your email address will not be published.

8 − three =