
ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ଓଡ଼ିଆ ରାଜ୍ୟ କମିଟି ନିଷ୍ପତ୍ତି କ୍ରମେ ପଶ୍ଚିମାଞ୍ଚଳ ଜୋନ୍ ସ୍ତରୀୟ ଦୁଇ ଦିନିଆ ଶିକ୍ଷା ଶିବିର ଆଜି ରାଉରକେଲା ସ୍ଥିତ ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଏ କେ ଜି ଭବନ ଶକ୍ତିନଗର ଠାରେ ଆରମ୍ଭ ହୋଇଛି । ନବ୍ୟ ଉଦାରବାଦ ଓ ସାମ୍ରାଜ୍ୟବାଦ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ ସିପିଆଇଏମ୍ ଓଡ଼ିଆର ବରିଷ୍ଠ ନେତା କମ୍ରେଡ୍ ଜନାର୍ଦ୍ଦନ ପତି । ଜୋନ୍ ସ୍ତରୀୟ ଶିକ୍ଷା ଶିବିରରେ ଅଧ୍ୟକ୍ଷତା କରିଥିଲେ ପାର୍ଟି ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ତଥା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ୍ ପ୍ରମୋଦ ସାମଲ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ଅନ୍ୟତମ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି ଓ ରାଜ୍ୟ କମିଟି ସଦସ୍ୟ ତଥା ବଣାଇ ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡା । ଏଥିରେ ପାର୍ଟି କର୍ମସୂଚୀ, ପାର୍ଟି ସଂଗଠନ ଓ ସାଂପ୍ରତିକ ପରିସ୍ଥିତିରେ ଆମର କର୍ତ୍ତବ୍ୟ ଶୀର୍ଷକ ବିଷୟବସ୍ତୁ ଉପରେ ନେତୃତ୍ୱ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟା ସୁଶିଳା ମୁଣ୍ଡା, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ପ୍ରଭାତ ପଣ୍ଡା, ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ, ବି ପି ମହାପାତ୍ର, ଆନନ୍ଦ ମାସି ହରୋ, ଅନିରୁଦ୍ଧ ତ୍ରିପାଠୀ, ହୃଦୟାନନ୍ଦ ଯାଦବ, ତାଜମୁନ ନେହାର, ସୁଶିଳା ମୁଣ୍ଡା (କ), ସମୀର ନାୟକ, ଲାଲ୍ ବାହାଦୁର ମହାନ୍ତ, ବାଦଲ ବାରିକ, ଗୌରୀ ଶଙ୍କର ପାତ୍ର, ରଘୁନାଥ ହନ୍ତାଳ, ଧରଣୀଧର ମହାନ୍ତ, କିଶୋର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ପାର୍ଟିର ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ଶିକ୍ଷା ଶିବିର ବଣାଇ ଠାରେ ଅନୁଷ୍ଠିତ ହେବ ।