କଂଟାବାଂଜିରେ ବାଳାଶ୍ରମ ଉଦ୍‌ଘାଟିତ

  • ଦାଦନ ଶ୍ରମିକ ଚାଳାଣ ଅଂଚଳରେ ଅନାଥ ଶିଶୁଙ୍କ ପାଇଁ ଏକ ଉତ୍ତମ ଶିକ୍ଷାନୁଷ୍ଠାନ ହୋଇପାରିବ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ନୂତନ ଭାବେ ସୋମବାର ଅପରାହ୍ନରେ ବାଳାଶ୍ରମ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନଏସି ପାର୍କ ପରିସରରେ ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଳ, ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପରିବାର ମଂଗଳ ଯୋଜନା ଡାଇରେକ୍ଟର ଅରବିନ୍ଦ ଅଗ୍ରୱାଲ, ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମଂଚାସୀନ ଥିଲେ । କଂଟାବାଂଜି ସହରରେ ଉଦ୍‌ଘାଟିତ ହୋଇଥିବା ବାଳାଶ୍ରମ ଅଂଚଳର ଅନାଥ ଶିଶୁମାନଙ୍କ ଉପଯୋଗୀ ହୋଇପାରିବ ବୋଲି ଅତିଥିମାନେ ନିଜ ନିଜ ମତ ଦେଇଥିଲେ । ଏପରିକି କଂଟାବାଂଜି ସହରରେ ଏକ ଶିଶୁ ସୁଧାର କେନ୍ଦ୍ରର ମଧ୍ୟ ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ସାଲୁଜା ନିଜର ମତ ରଖିଥିଲେ । କଂଟାବାଂଜି ଅଂଚଳ ଏକ ଦାଦନ ପ୍ରବଣ ହୋଇଥିବାରୁ ପ୍ରତିବର୍ଷ ଅନେକ ଦାଦନ ଶ୍ରମିକ କାମ କରିବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ସାଜି ମୃତ୍ୟୁବରଣ କରୁଥିବାରୁ ସେମାନଙ୍କ ପୁଅ ଝିଅ ଅନାଥ ହେଉଥିବାରୁ ଏହି ବାଳାଶ୍ରମ ସେମାନଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ଡାଇରେକ୍ଟର ଅରବିନ୍ଦ ଅଗ୍ରୱାଲ କହିଥିବା ବେଳେ କଂଟାବାଂଜି ଭଳି ବ୍ୟବସାୟୀକ ସହରରେ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଯଥା ଶୀଘ୍ର କାର୍ଯ୍ୟକାରୀ ହୋଇଥିବାରୁ ସହଯୋଗକାରୀଙ୍କୁ ଜିଲ୍ଲାପାଳ ଏବଂ ଡାଇରେକ୍ଟର ଧନ୍ୟବାଦ ଜଣାଇବା ସହ ସରକାରଙ୍କ ଅନୁଦାନ ବ୍ୟତିତ ସହରବାସୀ ସହଯୋଗର ହାତ ବଢାଇଥିବାରୁ ଆଗାମୀ ଦିନରେ ବାଳାଶ୍ରମ ଅନାଥ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ଅନୁଷ୍ଠାନ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେ.ଭି.କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ମଂଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

twelve + 9 =