ବଲାଙ୍ଗିର ବ୍ଲକ କୁମ୍ଭାର ସମାଜର ସାଂଗଠାନିକ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଭିକାରୀ ରଣାଙ୍କ ସଭାପତିତ୍ୱରେ କୁଟୁମଡୋଲା ଠାରେ ବଲାଙ୍ଗିର ବ୍ଲକ କୁମ୍ଭାର ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତ୍ତି କ୍ରମେ ସମାଜର ଉନ୍ନତି ପାଇଁ ସଭାପତି ଭାବେ ପ୍ରମୋଦ ରଣା, ସମ୍ପାଦକ ବରୁଣ ରଣା, ଉପସଭାପତି ଯୁଗଳ ରଣା, ସୁରେନ୍ଦ୍ର ରଣା, ସହସଂପାଦକ ରୂପେ ମନୋରଞ୍ଜନ ରଣାଙ୍କୁ ଆଗାମୀ ତିନି ବର୍ଷ ପାଇଁ ମନୋନୀତ କରାଯାଇଥିଲା । ଏହି ସଭାରେ ସମ୍ମାନିତ ଅତିଥି ଭାବେ ରଘୁରାଜ ରଣା, ଅରୁଣ ରଣା (ପଶ୍ଚିମ ଓଡିଶା କୁମ୍ଭାର ସମାଜର ମହାସଚିବ), ନୃପରାଜ ରଣା, ଶଶି ଭୂଷଣ ରଣା, ଟଙ୍କଧର ରଣା ଉପସ୍ଥିତ ଥିଲେ । ଚନ୍ଦ୍ରମଣି ରଣା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଗ୍ରାମ ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six − five =